STORYMIRROR

Sanjya Tripathy

Others

3  

Sanjya Tripathy

Others

ସମୟର ତିନୋଟି ସ୍କେଚ୍

ସମୟର ତିନୋଟି ସ୍କେଚ୍

1 min
220


ମୋ କଳ୍କିତ ଅତୀତର ଛାଇ

ଏବେ ବି ମାଡି ବସେ ମୋ ବିତର୍କିତ ବର୍ତ୍ତମାନକୁ

ଭାନୁମତୀ ଭବିଷ୍ୟତ କଣ ରଖିଛି କେଜାଣି

ମୋ ଆତ୍ମାର ପରିଶୋଧନ ଓ ଦହନ ପାଇଁ ।

ଅତୀତ: ପିଲାଦିନେ ଆମ୍ବ ତୋଟାରେ ତାସ୍ ଖେଳିବା

ସାଂଗସାଥୀଙ୍କ ସହ ମିଶି ମାଛ ଧରିବା

କୁଳୁକୁଳୁ ଶୀତର ପାହାଡିଆରେ ମହୁଲ ଗୋଟାଇବା

କଟା ଯାଇଥିବା ଧାନ କ୍ଷେତରୁ ଧାନ କେଠା ଠୁଳାଇ

କେଉଟୁଣୀ ଠାରୁ ମୁଢ଼ି ଖାଇବା

ସାଇକେଲ ଶିଖିଲା ବେଳେ ଥରେ ଦିଥର ପଡ଼ିବା

ଦଶହରା, ଲକ୍ଷ୍ମୀପୂଜା, କାଳୀପୂଜା ବେଳେ

ରାତି ରାତି ଅପେରା ଦେଖିବା

ସ୍କୁଲ ଡ୍ରାମାର ରିହରସଲ କରିବା

ଶ୍ରେଣୀ ଗୃହରେ ବସି ରହସ୍ୟ ଉପନ୍ୟାସ ପଢ଼ିବା

ଶେଷକୁ ଖରା ଛୁଟିରେ ଗୋଟିଏ ଲେଖି ପକାଇବା

ସେଇ ଚରିତ୍ରମାନଙ୍କ ସହ ଅଙ୍ଗାଙ୍ଗୀ ଭାବେ ମିଶିଯିବା

କଥା କଥାରେ ସଂଳାପ- କଥା କଥାରେ କାହାଣୀ

ଖାଇବା ବେଳେ- ବସିବା ବେଳେ ଶୋଇଲା ବେଳେ

ତାପରେ ଶେଷ ପରିଣାମ- ପଢ଼ି ପଢ଼ି ବଦ୍ଧ ପାଗଳ

ଏବେ ବର୍ତ୍ତମାନ ସରକାରୀ ଚାକିରିଆ ଗୃହସ୍ଥ ଜୀବନ

ଜୀବନ ତେଳ ଲୁଣର- ଅଭାବ ଅନଟନର

ସନ୍ତାନଙ୍କ ଉଚ୍ଚ ଶିକ୍ଷାର- ରୋଗିଣା ସ୍ତ୍ରୀଙ୍କ ଉପଚାରର

ସବୁ କିଛି ଠିକ୍ ଠାକ୍ ଚାଲିଥିବା ବେଳେ

କରୋନାର କାଳିମାରେ ମୃତ ପ୍ରାୟ ଜୀବନ ।

ଲକ ଡାଉନ୍ ସଟଡାଉନ୍ ବର୍ତ୍ତମାନ

ପ୍ରତିଦିନ ଟି.ଭି ଦେଖି ଜାଣ କରୋନା ଅପଡେଟ

ବିପର୍ଯ୍ୟସ୍ତ ପରିବହନ ବ୍ୟତିବସ୍ତ ଅର୍ଥନୀତି

କ୍ରମବର୍ଦ୍ଧମାନ ମୂଲ୍ୟ ବୃଦ୍ଧିର କରେନା ମାଡ

ଅନଲାଇନ୍ ପରୀକ୍ଷା, ଶିକ୍ଷାଦାନ ଓ ଟିଉସନ୍

ପିଲାରୁ ବୁଢ଼ା- ସାତରୁ ସତୁରୀ ସଭିଏଁ ସନ୍ଦିହାନ

ଆଉ ଭବିଷ୍ୟତ କଣ ଅଛି କେଜାଣି ତା ଭାନୁମତି ପେଡ଼ିରେ

ଆମେ କରିପାରିବାନି କିଛି- ଖାଲି ସ୍ୱପ୍ନ ଦେଖିବା

ସ୍ଵପ୍ନ ଏକ ସୁନ୍ଦର ସକାଳର- ସ୍ଵର୍ଣ୍ଣାଭ ମୁହୂର୍ତ୍ତଗୁଡିକର

ପରିବର୍ତ୍ତନର ଏକ ପ୍ରାଗୈତିହାସିକ ପୃଥକ ପରିଭାଷାର

ସର୍ପିଳ ସଂପର୍କର ସୁରମ୍ୟ ସୃଜନଶୀଳତାର ।



Rate this content
Log in