STORYMIRROR

Dr Jharana Satapathy

Others

2  

Dr Jharana Satapathy

Others

ସମୟର ସଦୁପଯୋଗ

ସମୟର ସଦୁପଯୋଗ

1 min
932




ସମୟଟିଅଟେଭାରିମୂଲ୍ୟବାନ ତାର ସଦୁପଯୋଗ କରିବାଟି ଯାଣ

ବୃଥା ଆଳାପରେ ସମୟକୁ କରିବାନି ନଷ୍ଟ

ମଣିଷ ପଣରୁ ହେବା ନାହିଁ ଭ୍ରଷ୍ଟ

ବୃଥା କଳହରୁ ଦୂରେଇଣ ଯିବା

ସମୟର ମୂଲ୍ୟଟିକଣଜାଣିବା

କିଛି ଜନହିତ କାର୍ଯ୍ୟମାନ କରିବା

ତାହାର ମହତ୍ବଟି କଣ ବୁଝିବା

ସମୟ ମିଳିଲେ ଲୋକଙ୍କ ସେବା ମଧ୍ୟ କରିବା

ବୃଥା ଆଳସ୍ୟରେ ଦିନ ନ କାଟିବା

ବୃକ୍ଷ ରୋପଣ କରି ପରିବେଶ ପ୍ରଦୂଷଣକୁ ରୋକିବା

ଆମ ସହରକୁ ସ୍ବଛ ସୁନ୍ଦରରେ ଗଢିିତୋଳିବା

ଲୋକହିତ କାମ ଯେତେ ଅଛି ହରଷେ କରିବା

ଶାନ୍ତି ଶୃଙ୍ଖଳା କିପରି ରହିବ ସେହି କଥା ବୁଝିବା

ଦୈବୀ ଦୁର୍ବିପାକ ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା

ନିଜର କର୍ତ୍ତବ୍ୟଟିକୁ ସୂଚାରୁରୂପେ ପାଳିବା

ମିଳିମିଶି ସବୁ କାର୍ଯ୍ୟମାନ କରିବା

ଅାମ ଦେଶ ପାଈଁ ଆମେ ସମସ୍ତେ ଲଢିବା

ଦେଶର ହିତକୁ ସବୁବେଳେ ନିଜ ହିତ ଭାବିବା

ଅଯଥାରେ ସମୟଟିକୁ ନଷ୍ଟ ନ କରିବା

ଗରିବ ପିଲାଙ୍କୁ ଶିକ୍ଷାଦାନ ଦେବା

ଦରିଦ୍ରନାରାୟଣ ସେବା ମଧ୍ୟ କରିବା

ଆଜିଠାରୁ ଆମେ ସପଥ ନେବା

ସମୟର ଠିକ୍ ସଦୁପଯୋଗ କରିଵା

ଆମ ଦେଶର ଗୌରବ ଆମ ଇତିହାସ

ଯଶ ଗୁଣ ସଂଗେ ରଖିବା ଆମ ପଉରଶ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in