ସମୟର ସାପ ଶିଡି ଖେଳ
ସମୟର ସାପ ଶିଡି ଖେଳ
1 min
375
ବଦଳୁଛି ଜୀବନ ଚକ୍ର
ବଦଳୁଛି ପୃଥିବୀର ରୂପ
ଝଡ଼ ପରେ ଝଡ଼
ଦୋହଲାଇ ଦେଉଛି
ଜୀବନ ଜୀବିକା ଓ ଜଗତ।
ଅନ୍ତଃସ୍ୱର
ଚେତନାର ସ୍ତରକୁ
ଉତ୍ତରିତ ହୋଇ
ଆତ୍ମ ସଂଲଗ୍ନ
ଦିବ୍ୟ ଚେତନା
ମୁକ୍ତିର ଅନ୍ୱେଷଣରେ
ଶାନ୍ତିର ଚାତକ
ଖୋଜୁଛି ବାରିଧାରା ଟୋପେ
ତୃଷାର୍ତ୍ତ
କୁଆଁ ରାବ ଦେବାରୁ ଏ ଯାଏ।।
ଜଞ୍ଜାଳ
ସଂସାର ସଉଦାରେ
ଉବୁଟୁବୁ
ସତ୍ତା
ସମୟର ସାପଶିଡି ଖେଳେ
ନାକେଦମ
ଜୀବନ ଜୀଇଁବା
ଏବଂ
ଲହୁ ଲୁହଣ
ଆତ୍ମା।।
ଆସ୍ଥାର ଆକାଶେ ଝଡ଼
ପାଚିଲା ଧାନ କ୍ଷେତେ
ଅହର୍ନିଶି ବର୍ଷୁଛି ବର୍ଷା
ସଂକ୍ରମଣ
ଗୋଟେ ପରେ ଗୋଟେ
ଥରାଉଛି ବିଶ୍ୱ
ଭୟର ପୃଥିବୀ
ଖୋଜୁଛି
ଅମ୍ଳଜାନ
ଏବଂ ଗୋଟେ ସୁସ୍ଥ
ସୁରକ୍ଷିତ ସ୍ଥାନ।
