ସମୟର ଖେଳ
ସମୟର ଖେଳ
ସମୟର ଖେଳ, ବଡ଼ ବିଚିତ୍ର ଯେ,
ମାନେ ନାହିଁ ବଡ଼ ସାନ ।
ହାରୁ ହାରୁ ଯିଏ, ଜିତି ଯାଇଥାଏ,
ହୋଇ ଯାଏ ସେ ମହାନ ।।
ଜିତିବା ହାରିବା, ଖେଳରେ ହୁଅଇ,
ହାରୁ ହାରୁ ଗଲେ ଜିତି ।
ସମୟକୁ ସିଏ, ଦିଅଇ ସମ୍ମାନ,
ବାନ୍ଧି ହୃଦୟରେ ପ୍ରୀତି ।।
ପରୀକ୍ଷାର ଘଡି, ଆସିଥାଏ ପରା,
ସବୁରି ଜୀବନ ପାଇଁ ।
ପରୀକ୍ଷା ଘଡିରେ, ଉତ୍ତୀର୍ଣ୍ଣର ଇଛା,
ହୃଦୟରେ କାର ନାଈଁ ।।
ଅପେକ୍ଷା କରେନା, ସମୟ କାହାକୁ,
ଗୋଟିଏ ମୁହୂର୍ତ୍ତ ପାଇଁ ।
ସ୍ରୋତସିନୀ ପରି, ଧାଇଁ ଯାଇଥାଏ,
ବାଧା ବିଘ୍ନ ମାନେ ନାଈଁ ।।
ସମୟ ସାଥିରେ, ନିଜକୁ ହାଯାଇ,
କରିଯିବା ନିଜ କର୍ମ ।
ସତ୍ୟ ଧର୍ମ ନ୍ୟାୟ, ହୃଦୟରେ ଧରି,
ବୁଝିବା ଜୀବନ ମର୍ମ ।।
ସମୟ ତାଳରେ, ନିଜକୁ ସଜାଇ,
ବଞ୍ଚିବା ସମାଜେ ମିଶି ।
ସବୁରି ପ୍ରାଣରେ,ଢାଳି ଦେଇ ଜ୍ୟୋତ୍ସ୍ନା,
ହସେଇବା ନିଜେ ହସି ।।
