ସମୟର କବର ଭିତରେ
ସମୟର କବର ଭିତରେ
1 min
199
ସମୟର କବର ଭିତରେ
ବରଷ ଯାଉଛି ହଜି
ସ୍ମୃତି ଖାଲି ମାରୁଛି ଲହଡ଼ି
ସ୍ଵପ୍ନ ସମ ଶୋଭା ରାଜି
ବଞ୍ଚିବାକୁ ହେବ ସମୟରେ
ମରୁଭୂମିର କାକଟସ୍ ପରି
ଅହରହ ପ୍ରୟାସ ଜାରି ରଖି
ଜଳବିନା ବଞ୍ଚିବ ଯେପରି।
ସଂଗ୍ରାମ ଯେତେ ଜାରି ରହେ
ସ୍ଥିତି ସେତେ ସୁଦୃଢ ହୁଏ
ଧର୍ଯ୍ୟ ଆଉ ସାହସ ପାଏ
ଆସନ୍ତା କୁ ଦେଖୁଥାଏ।
ଆସନ୍ତାରେ ନୂଆ ଦିଗବଳୟକୁ
ନୁଆ ନୁଆ ସୂର୍ଯ୍ୟାଲୋକ
ପ୍ରତିନିବୃତ୍ତ କରି ଅନ୍ତରକୁ
ହେବ ପ୍ରତିବୋଧିତ ଆଶା ଅନେକ
ପ୍ରଶାନ୍ତ କୁମାର ହୋତା
