Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ସମୟର ଗତି

ସମୟର ଗତି

1 min
11.5K



ଗଚ୍ଛିତ ଟଙ୍କାରେ   ବୃଥା ଅହଂକାରେ

ଗର୍ବରେ ନରହ ମଜ୍ଜି

ଖୋଳିଲେ କବର    ମିଳିବ ଖବର

କେତେ ଯେ' ଗଲେଣି ହଜି

ପ୍ରିୟ ପରିଜନ ବର୍ଜି

ନାହିଁ ତ ସାଧନ   ଗଲା କେ' ଦାଦନ

ଖଟିଲେ ଆଣିବ ଅର୍ଜି ।


ଛିଦ୍ର ପାଇ ବାଲି    ଗଳିଯାଏ ଖାଲି

କାଳ ଯାଉଥାଏ ବିତି

ଆକର୍ଷଣ ବଳେ    ଉପରରୁ ତଳେ

ଖସିବା ସଂସାର-ନୀତି

ଭାବିଲେ ଲାଗଇ ଭୀତି

ଯିଏ ବି ପତିତ   ଭାଳି ତା' ଅତୀତ

ନେତ୍ରଜଳେ ଯାଏ ତିନ୍ତି ।


ଦିନ ମରତର    ଯେତେ ଖରତର

ସହଳେ ଯାଏ ତ ଗଡ଼ି

କାମ ଦିନକ'ର    ସାରି ଦିନ-କର

ଆଗକୁ ଯାଆନ୍ତି ବଢ଼ି 

ସମୟ ସୋପାନ ଚଢ଼ି

ନାହିଁ ତ କା' ତର   କିପାଇଁ କାତର

ହେବା ଏ ମୋହରେ ପଡ଼ି ।



Rate this content
Log in