STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସମୟର ଚକ୍ର

ସମୟର ଚକ୍ର

1 min
212

ସମୟର ଚକ୍ର ଅତି ହିଁ ଅପୂର୍ବ

ଘଣ୍ଟା ପରି ବଢି ଚାଲେ,

ପଛ ଘୁଞ୍ଚା ନାହିଁ ତାହାରି କର୍ମରେ

ବଢିବଢି ତାଲୁ ଥାଏ।୧।


କି ହୋଇବ କାଲି ନ ଜାଣନ୍ତି କେହି

ସମୟଟି ହିଁ ଦୁର୍ଲ୍ଲଭ,

ସମୟର ଗତି ଅଟେ ହିଁ ଅପୂର୍ବ

ମନୁଷ୍ୟ ହିଁ ଟି ଦୁର୍ଲ୍ଲଭ।୨।


କର୍ମ କରିବା ହିଁ କର୍ତ୍ତବ୍ୟ ଆମର

ସତ୍ୟମାର୍ଗେ ଯିବା ପାଇଁ,

ଧର୍ମପଥେ ରହି ଜନସେବା ଅଟେ

ଭବରୁ ତରିବା ପାଇଁ।୩।


ବଢୁ ଥାଏ ପ୍ରାଣୀ ସମୟ ଚକ୍ରରେ

ଅନ୍ତିମ ସମୟ ପାଇଁ,

ନିର୍ଭୀକ ହୋଇଣ କର୍ମ କରୁ ଥିବା

ପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ।୪।


ସମୟର ମୂଲ୍ୟ ଅଛିଟି ଜୀବନେ

ପ୍ରାଣ ଯେତେ ଦିନ ଅଛି,

ତାର ଉପଯୋଗ ଅବଶ୍ୟ କରିବା

ବ୍ୟର୍ଥ ନ କରିବା କିଛି।୫।


ସମୟର ଚକ୍ର ଅତି ହିଁ ଅପୂର୍ବ

ଘଣ୍ଟା ପରି ବଢି ଚାଲେ,

ପଛଘୁଞ୍ଚା ନାହିଁ ତାହାରି କର୍ମରେ

ବଢିବଢି ଚାଲୁଥାଏ।୬।



Rate this content
Log in