ସମୟର ଚକ
ସମୟର ଚକ
1 min
11.9K
ମଣିଷର ଭୁଲ ଯେତେସବୁ
ଅତୀତରେ ସାଇତା ରହିଛି
ବେଳେବେଳେ ଦାନ୍ତକୁ ନିକୁଟି
ମଣିଷକୁ ସିଏ ଡରାଉଛି l
ଯେତେ ଆଖି ବୁଜିଲେ ବି
କୋଉବାଟେ ଚାଲିଆସେ ସିଏ
ତା କରାଳ ମୁହଁକୁ ଦେଖେଇ
ମଣିଷକୁ ବହୁତ ଡରାଏ।
ପ୍ରତିଟି ମୁହୂର୍ତ୍ତ ଯାହା
ଅଛି ଏବେ ଆମ ବର୍ତ୍ତମାନ
ଅତୀତର ଅନନ୍ତ ଗର୍ଭକୁ
ଧାଏଁ ପୁଣି ହେବାକୁ ବିଲୀନ।
ଭବିଷ୍ୟତ ହୁଏ ବର୍ତ୍ତମାନ
ସାଥେ ଆଣି ବହୁ ସମ୍ଭାବନା
ସମୟର ଚକ୍ର ଚାଲିଥାଏ
ତାକୁ ବଦଳେଇ ତ ହୁଏନା।
ଅତୀତଟା କବର ଭିତରେ
ଆମ ହାତେ ବର୍ତ୍ତମାନ ଅଛି
ଭବିଷ୍ୟତ ଯେତେ ବି ସୁନ୍ଦର
ତାକୁ କିଏ ବିଶ୍ବାସ କରୁଛି।
ଏଇ ବର୍ତ୍ତମାନ ସମୟଟା
ଆମପାଇଁ ବେଶୀ ମୂଲ୍ୟବାନ
ନିଷ୍ଠା ସହ କାମ କରିଯିବା
ସେଇ ଆମପାଇଁ ଭଗବାନ।
