ସମୟର ଆହ୍ବାନ
ସମୟର ଆହ୍ବାନ
1 min
367
ପ୍ରକୃତି ସାଜିଛି ଆଜି ଅରାତି
ଭେଟି ଦେଇଅଛି ବଡ ବିପତ୍ତି ॥
ଅଦୃଶ୍ୟ କରୋଣା ସମ୍ମୁଖେ ଠିଆ
ଶୁଣିଲେ ତା ନାମ କମ୍ପଇ ହିଆ ॥
ଲଢିବାକୁ ଅସ୍ତ୍ର ନୁହଁଇ ଲୋଡା
ମାନିବାକୁ ହେବ ନିୟମ କଡା ॥
ନିୟମର ଏକ ମାତ୍ର ଆହ୍ୱାନ
ସଂଯମତା ସଙ୍ଗରୋଧ ଜୀବନ ॥
ଏତିକି ମାନିଲେ ହେବ ବିଜୟ
ଦୂରୀଭୂତ ହେବ କରୋଣା ଭୟ ॥