ସମୟ
ସମୟ
1 min
92
ସମୟ ଆସି ଚାଲିଯାଏ
କିଛି ଦେଇଯାଏ, କିଛି ନେଇଯାଏ
ଆଉ କିଛି ତୁଚ୍ଛା ସ୍ବପ୍ନ ହେଇ ରହିଯାଏ।
ପଛକୁ ଫେରିବା ସହଜ ନୁହେଁ
ନାଁ ଭାଗ୍ୟର ଖେଳ କୁ ବଦଳାଇ ହୁଏ ।
ଖାଲି ଯାହା ଯନ୍ତ୍ରଣା
ଆଉ ସେଇ ମୁହୂର୍ତ୍ତର
କିଛିଟା ମିଛ ପ୍ରତାରଣା
ଆଜିବି ମନେ ପଡେ
ଦେହ, ମନ ସିତେଇ ଯାଏ
ନିଜକୁ ଆୟତରେ ରଖିବାକୁ ତ ପଡ଼ିବ
ସବୁ ଭୁଲି ଆଗକୁ ବଢ଼ିବାକୁ ତ ପଡ଼ିବ।
