ସମୟ
ସମୟ
1 min
242
ସମୟ ସେତ ଏକ ଚିରସ୍ରୋତା ନଇଟିଏ
ହସ ଲୁହ ସୁଖ ଦୁଃଖ ଭରା ବହି ଟିଏ l
ସମୟ ତ ମଣିଷକୁ ଚେତାଏ ତାର ଦାୟିତ୍ୱ
କେବେ ବାଳୁତ, ମାତୃତ୍ୱ କେବେ ଅବା ବୃଦ୍ଧତ୍ୱ l
ମନେ ଭରି ଦିଏ କେତେଯେ ଅସୁମାରୀ ସ୍ବପ୍ନ
ମୁକ୍ତ ବିହଙ୍ଗ ସାଜି ଚୁମିବ ସେ ଗଗନ l
ଅମାନିଆ ମନ ପଚାରେ କେବେ ଆସିବସେ ବେଳ
ପ୍ରତିଉତ୍ତର ମିଳେ ସେତ କହିବ ସମୟ କେବଳ l
ଏପରିକି କଣ ଭାସି ଯିବ ଜୀବନ ନାଆଟି
ଅନ୍ୱେଷଣେ କରି କରି ଅସୁମାରୀ ସୁଖଟି l
