STORYMIRROR

Manaswinee Dash

Others

3  

Manaswinee Dash

Others

ସମୟ

ସମୟ

1 min
163


ଜାଣେନା ସେ ଦିନ କି ରାତି ଜାଣେନା ସଞ୍ଜ କି ସକାଳ  

ପ୍ରତିଟି ମୁହୂର୍ତ୍ତରେ କବି ମନରେ ଶବ୍ଦ ଉନ୍ମାଦନାର ଖେଳ। 


ଜାଣେନା ସେ ଆଗତ ବର୍ତ୍ତମାନ କି ବିଗତ  

ତଥାପି ବହିଯାଏ ସେଇ ଚିରସ୍ରୋତା ନଦୀର ସ୍ରୋତ। 


ନଦୀର କୁଳୁକୁଳୁ ପକ୍ଷୀର ଗାନ ଅବା ଝିଙ୍କାରୀର ଶବ୍ଦ  

କବିତା ଲେଖା କବି ହୁଏ ଗଦ ଗଦ। 


ମନରେ ଯେବେ ଗ୍ରାସ କରେ ବିରହ ବେଦନା  

କବିତା ଦିଏ ମନକୁ ଆଶ୍ୱାସନା। 


କେତେ ଅକୁହା କଥା କହି ହେଇଯାଏ କବିତା ଛନ୍ଦରେ  

ଆଲୋଡିତ ମନ ହୁଏ ଶାନ୍ତ ବିନା ଦ୍ୱନ୍ଦ୍ୱରେ। 


ଦୂରେ ଥିବା ଲୋକକୁ ପାଖକୁ ଆଣେ ଟାଣି 

କେବେ କରେ ପାଷାଣ ତ କେବେ ନମନୀୟ ଲହୁଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍