ସମୟ
ସମୟ
କେହି ତ ଅଟକି ନାହିଁ
ଅଟକିବ ନାହିଁ କେବେ
ଅବା କାଉଁରି କାଠିର ପରଶ ମଣିରେ l
ସଳିତା ବି ଜଳିଯାଏ
ଜଳି ଜଳି ସରିଯାଏ
ଜନମେ ଯେ ଲଭେ ମ୍ରୁତ୍ଯୁ କାଳ ନାଗଫାଶରେ ।।
ଅନାଇକି ଦେଖ ତୁମ
ଘର ୱାଲକ୍ଲକଟିକୁ
ଅଟକିଯାଇଛି କିବା କାହା ବାଟ ଚାହିଁକି l
ପ୍ରଭାତ ରବିକୁ ଦେଖ
ନିମ୍ନଗା ବି ଅଟକିନି
କାଳର କରାଳ କୋଳେ ବହିଯାଏ କ୍ଷଣି କି l l
ଦିବସ ବି ସରିଯାଏ
ରାତ୍ରିକୁ ସେ ମରିଯାଏ
ପାହାନ୍ତିଆ ଆକାଶରେ ତାରାଗଣ ଝଲସେ l
ନିଶାକର କାମ ଶେଷେ
ପ୍ରଭାତ ରବି ଆକାଶେ
ପାଦପ କାନନ ଆଉ କଳିକା ଯେ ହରଷେ l l
ନୂତନ ପ୍ରଭାତ ଉଁଏ
ନବ ସମ୍ଭାବନା ଭରେ
ନୂତନ ଆକାଙ୍କ୍ଷା ଖେଳେ କୈଶୋର ଉଦ୍ଭାସେ l
ନବ ଉଦ୍ଦୀପନା ଆଉ
ନୂଆ କରିବାକୁ କିଛି
ହ୍ରୁଦୟରେ ଜାଗିଉଠେ ଥିଲେ ବି ସେ ପ୍ରବାସେ l l
ନବ ଶିଶୁ ଆଜି ଯୁବ
କାଲି ହେବ ଭବିଷ୍ୟତ
ଅର୍ବାଚୀନ ଭାରତର ହେବ ସ୍ୱପ୍ନ ହାସଲ l
ପରବର୍ତ୍ତୀ ପୀଢ଼ି ପାଇଁ
ଖୋଲିବ ସେ ନୂଆ ରାହା
ମନେ ମୋର ଏହି ଆଶା ଉଙ୍କି ମାରେ ପ୍ରବଳ l l
