STORYMIRROR

Sabita Nayak

Others

2  

Sabita Nayak

Others

ସମୟ

ସମୟ

1 min
153

ହେ ସମୟ 

ତୁମକୁ ଶତପ୍ରଣାମ

ତୁମେ ଆସ ଗ୍ରୀଷ୍ମର ଉଷ୍ମତାରେ 

କେତେ ଯେ ତତାଇ ଯାଅ

ତୁମେ ଆସ ଣ୍ରାବଣର ବର୍ଷାରେ 

କେତେ ଯେ ଭିଜାଇ ଯାଅ

ତୁମେ ଆସ ବସନ୍ତର ମଳୟରେ 

କେତେ ଯେ ମତାଇ ଯାଅ

ତୁମେ ଆସ ହେମନ୍ତର ଶୀତରେ

କେତେ ଯେ ଥରାଇ ଯାଅ 

ତୁମକୁ ଶତପ୍ରଣାମ ।


ହେ ସମୟ

ତୁମେ ଯେ ଅବିରାମ ଅକଳ୍ପିକ 

ବିରାମ ନାହିଁ ତୁମ କଳ୍ପନା ନାହିଁ 

ଅତୀତ ତୁମ ସ୍ମୃତିର ସୌଧ 

ସ୍ମୃତିରେ ଭିଜାଇ ଦିଅ 

ଭବିଷ୍ୟତର ଆଶା ଓ ସ୍ବପ୍ନ 

ସ୍ବପ୍ନରେ ହଜାଇ ଦିଅ

ତୁମକୁ ଶତପ୍ରଣାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍