ସମୟ
ସମୟ
1 min
148
ହେ ସମୟ
ତୁମକୁ ଶତପ୍ରଣାମ
ତୁମେ ଆସ ଗ୍ରୀଷ୍ମର ଉଷ୍ମତାରେ
କେତେ ଯେ ତତାଇ ଯାଅ
ତୁମେ ଆସ ଣ୍ରାବଣର ବର୍ଷାରେ
କେତେ ଯେ ଭିଜାଇ ଯାଅ
ତୁମେ ଆସ ବସନ୍ତର ମଳୟରେ
କେତେ ଯେ ମତାଇ ଯାଅ
ତୁମେ ଆସ ହେମନ୍ତର ଶୀତରେ
କେତେ ଯେ ଥରାଇ ଯାଅ
ତୁମକୁ ଶତପ୍ରଣାମ ।
ହେ ସମୟ
ତୁମେ ଯେ ଅବିରାମ ଅକଳ୍ପିକ
ବିରାମ ନାହିଁ ତୁମ କଳ୍ପନା ନାହିଁ
ଅତୀତ ତୁମ ସ୍ମୃତିର ସୌଧ
ସ୍ମୃତିରେ ଭିଜାଇ ଦିଅ
ଭବିଷ୍ୟତର ଆଶା ଓ ସ୍ବପ୍ନ
ସ୍ବପ୍ନରେ ହଜାଇ ଦିଅ
ତୁମକୁ ଶତପ୍ରଣାମ ।
