STORYMIRROR

Madhabi Patel

Others

3  

Madhabi Patel

Others

ସମୟ

ସମୟ

1 min
214


ସମୟ ଏକ ଚଳମାନ ସ୍ରୋତ

ବହୁଛି ବହି ଚାଲିଥିବ ଚିରନ୍ତନଗତିରେ।

ନାଁ ତାକୁ କେହି ଦେଖିଛି

ନାଁ ତାକୁ ବାନ୍ଧି ପାରିଛି।

ଅନ୍ଧାର ଆଲୋକ ସ୍ବଚ୍ଛ ଅପରିଷ୍କାର

ସବୁଠି ତାର ରହଣୀ।

ସେ ବଖାଣି ପାରେ ଅତୀତରୁ ଧରି

ବର୍ତ୍ତମାନ ଓ ଆଗତ ଭବିଷ୍ୟତର କାହାଣୀ।

ତାରି ଜରାୟୁରେ ଭବିଷ୍ୟତ ରୂପ ଧରୁଥାଏ।

ଅତୀତଟା ଛାଇ ହେଇ ପଛ ହେଇଯାଏ।

ବର୍ତ୍ତମାନ ଖାଲି ସୂର୍ଯ୍ୟାଲୋକରେ

ଚକ୍ଚକ୍ ହେଉଥାଏ ଆଖି ଆଗରେ।

ଏସମୟ ଗ୍ରାସିପାରେ ରାଜାରୁ

 ରଙ୍କ ସଭିଙ୍କ ଜୀବନ।

କେବଳ ରହିଯାଏ ଇତିହାସ ହେଇ

 ଆମ କଲା କର୍ମମାନ।



Rate this content
Log in