STORYMIRROR

Yudhisthir Khamari

Others

4  

Yudhisthir Khamari

Others

ସମୟ

ସମୟ

1 min
374

କେଉଁ ଆବହମାନ କାଳରୁ ଉପସ୍ଥିତ ତୁମେ

କାଲି ଥିଲ, ଆଜି ଅଛ,କାଲି ବି ରହିବ

ସ୍ଥିତପ୍ରଜ୍ଞ ତୁମେ

ଦେଖିଛ କେତେ ପିଲାଦିନ ଯୈ।ବନ ଗାର୍ହସ୍ଥ୍ୟ

ବାନପ୍ରସ୍ଥ

ବାନପ୍ରସ୍ଥ ଓ ସନ୍ୟାସ ଜୀବନ

ଦେଖିଛ କିଶୋରୀ ରକ୍ତ ଲଗା କନା

ନିରୋଳା ରେ ସୁରକ୍ଷା ବି ଦେଇଛ ତା ଲଜ୍ଜ୍ୟାବୋଧକୁ

ସହ୍ୟ କରିଛ ଆଦ୍ୟ ହୈ।ବନର ଉନ୍ମାଦ

ତୁମେ ଦେଖିଛ ସଂସାରି ମଣିଷର ଜଞ୍ଜାଳ ରେ ଘଣ୍ଟା ଚକଟା

ମଣିଷ ପାଳନ କରୁଥିବା ଖୁସିର ମୁହୂର୍ତ୍ତ ରେ ଖୁସି ବାଣ୍ଟିଛ

ମୃତ୍ୟୁ ର ଦଗ୍ଧ ଯନ୍ତ୍ରଣା ରେ ବି ଆସିଛ ମଶାଣି ପର୍ଯ୍ୟନ୍ତ

ସ୍ଥିତପ୍ରଜ୍ଞ ତୁମେ

ମୃତ୍ୟୁ ର ମୁହୂର୍ତ୍ତ ବା ଜନ୍ମର ଆନନ୍ଦ ସବୁଠି ତୁମ ନୀରବତା

କହି ପାରିବକି ବନ୍ଧୁ?

ଶୈଶବରୁ ବାର୍ଦ୍ଧକ୍ୟ କଣ

ଜରା ଶୋକଲାଗି ଅଭିପ୍ରେତ?

ନାଁ ୟା ଭିତରେ ଖୁସି ଲୁକ୍କାୟିତ?

ଏୟିତ ଶାସ୍ବତ

ଜୀବନ ମରଣ

ପୂରକ ଏକେ କୁ ଆରେକ

ହେଲେ ମଧ୍ୟ ବିପରୀତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍