STORYMIRROR

Ghanashyam Biswal

Others

4  

Ghanashyam Biswal

Others

ସମୟ କହିବ

ସମୟ କହିବ

1 min
445

ସମୟ କହିବ

କିଏ ବଡ଼ ଆଉ କିଏ ସାନ

ଯେବେ ଅଦିନେ ଆସଇ ବିପଦ

ଭାଙ୍ଗିଯାଏ ମନ,

ଆଉ ଧ୍ବଂସ ହୁଏ ଜୀବନ

କିଏ ଧନୀ ଆଉ କିଏ ଗରିବ

ଯେବେ ଅକାଳେ ଆସେ ମରୁଡ଼ି

ଭୋକରେ ମରନ୍ତି,

ମଣିଷ, କୁକୁର ଅବା ବିରାଡ଼ି

ସମୟ ନିଶ୍ଚୟ କହିବ

କିଏ ସବଳ ଆଉ କିଏ ଦୁର୍ବଳ

ଯେବେ ଅକାରଣେ

ହୋଇବ ବିଫଳ

ଆଉ,

ଘୃଣା କରିବେ ସକଳ ।


କିଏ ସତ୍ୟବାଦୀ ଆଉ କିଏ କପଟୀ

ଜାଣିବ,

ଯେବେ ସ୍ୱାର୍ଥ ପାଇଁ ଥରଥର ହୁଏ ପାଟି

କିଏ ବେଇମାନୀ ଆଉ କିଏ ଶୁଭକାଂକ୍ଷୀ

ଜଣାପଡେ,

ଯେବେ ଅଦିନେ ଜୀବନେ ଚଡ଼କ ପଡ଼େ

କିଏ ଛୋଟ ଜାତି ଆଉ କିଏ ବଡ଼ ଜାତି

ଜାଣିଯିବ ବାବୁ,

ଯେବେ ମାନବିକତାର ହୁଏ ଇତି

କିଏ ମାନବ ଆଉ କିଏ ଦାନଵ

ସମୟ କହିବ

ଯେବେ ଜୀବନ ଯାତ୍ରାରେ

ଅଚାନକ ବିବେକହୀନ ହେବାପାଇଁ ମିଳେ ସୁଯୋଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍