STORYMIRROR

Sabita Nayak

Others

2  

Sabita Nayak

Others

ସମୟ କେବେ ଅଟକି ଯାଏନା

ସମୟ କେବେ ଅଟକି ଯାଏନା

1 min
125

ମୃତ୍ୟୁ ଗୋ ତୁମେ ରହିଯା ଟିକେ 

ବଞ୍ଚିବାକୁ ଇଛା ଭାରି 

ଏବେ ଏବେ ତ ଦୁନିଆ ଦେଖିଲି

କେମିତି ଯିବି ମୁଁ ଚାଲି ।


କହିବାକୁ ଅଛି ଅନେକ କଥା 

ସାଙ୍ଗ ସାଥିପରିଜନେ 

କରିବାକୁ ହେବ ଅନେକ କାମ

ଅନେକ ସ୍ବପ୍ନ ମୋ ମନେ ।


କାନ୍ଦି କାନ୍ଦି ତ ଦିନ ଗଲା ମୋର 

ହସିବାକୁ ଇଛା ଭାରି 

ଆଉ କିଛି ଦିନ ସମୟ ଦିଅହେ 

ବଞ୍ଚିବି ମୁଁ ମନଖୋଲି ।


ବଞ୍ଚିବାର ମାନେ ଏବେ ତ ବୁଝିଲି 

ତୁମେ କାଇଁ ଆସ ଏବେ 

ସାଙ୍ଗସାଥି ସବୁ ଏବେ ତ ମିଳିଲେ 

କଥା ହୋଇ ନାହିଁ ପଦେ ।


Rate this content
Log in