ସମୁଦ୍ର
ସମୁଦ୍ର
ନୀଳଢେଉ
ନୋଳିଆମାନକର
ମାଛଧରା ଡଙ୍ଗା
ତୋ 'ର ବେଳାଭୂମିରେ ବସି ଦେଖୁଥାଏ
ଅନେକ ପ୍ରେମିକା ପ୍ରେମିକକଂର
ଖୋଲାଖୋଲି ହସ ।
ଲହରୀ ପରେ ଲହଡି
ତୋ 'ଗଭିରତାକୁ
କଳ୍ପନାକରିବାର ମୋର ଶକ୍ତିନାହିଁ
ଜୀବନସାରା ବାହାର ଆକ୍ଷିରେ ଦେଖି
ଗର୍ବ,ଅହଂକାର,ମାନ,ଅଭିମାନରେ ବୁଡ଼ଦେଇ
ଗରଲ ପାଇଛି,ଅମୃତକୁ ନିଘାନାହିଁ ।
ରତ୍ନାକର,
ପର୍ବତପରି ରତ୍ନଧରି
କେବେବି ଧନବାନ କହିନୁ ନିଜକୁ ।
ବାରିଧି,
ଏତେଏତେ ଜଳଥାଇ
ନଦୀମାନକୁ ଆଦରିନେଉଛୁ
ନ।ନାଜାତି ଜଳଜୀବ,ଘୋଘୋ ଗର୍ଜନ
ଯେତିକିଭୟଲାଗେ ସେତିକି ଆନନ୍ଦଦିଏ
ଯିବ ଓ ପରମକଂ ଅପୂର୍ବ ମିଳନ
ତୋ 'ଜଳକୁ ସ୍ପର୍ଶକରି ପ୍ରଣିପାତଢାଳେ ।
ଆଖିଖୋଲି ଭଲକରି ଦେଖିଲାପରେ
ଏବେ ଆଖିବନ୍ଦକରି ଦେଖିବାକୁ ଚାହେଁ
ନିଜର ଯେତେ ଜ୍ଞାନ,ଧନ,ଦମ୍ଭ,ଅଭିମାନ,ଜନବଳ
ସାଗରଠୁ ଗଭୀରକି?
ବୃଥାରେ ଦେଖୁଥିବା ପାପ ଚାହାଣିଟା
ଅଭିପ୍ସା ଅସୁୟା ଠାରୁ ମୁକ୍ତକି?
ପ୍ରତିଟି ଶୃଷ୍ଟିସହ ଯୁକ୍ତ ହେଲେ
ଝଡିଗଲେ ଦାମ୍ବିକତା, ବାନ୍ଧିହୋଇଗଲେ
ଅତ୍ମୀୟତା ,ତ୍ୟାଗରତରଙ୍ଗରେ
ଅନ୍ତରଙ୍ଗତାରେ
ଅସୁୟାଠାରୁ ମୁକ୍ତହେଲେ
ସମୁଦ୍ର ଅନ୍ତରଙ୍ଗହୁଏ ।
କେତେ ବିଶାଳ ଏ ସମୁଦ୍ର
ଶିକ୍ଷାଦିଏ ଜୁଆର ଓ ଭଟାରୁ
ଦୁଃଖ ଓ ସୁଖର ଦୁନିଆଁ ରୁ
ଗହ୍ୟସ୍ଥ ଓ ସନ୍ୟାସ ଧର୍ମରୁ
ଜୁଆରପରି ସଂସାରୀ
ଭଟା ପରି ଶାନ୍ତ ସନ୍ୟାସୀ
କେତେକେତେ ଜଞ୍ଜାଳ ଭିତରେ
ଶାନ୍ତିବାର୍ତା ଦେଇଥାଏ
ଜୀବନ ଉତ୍ସବନୁହେଁ
ବିଳାସନୁହେଁ
ବିଜ୍ଞାପନବି ନୁହେଁ
ଉଚ୍ଚାରଣପାଇଁ ନୁହେଁ
ଉତ୍ତମ ଆଚରଣ ପାଇଁହିଁ ଉଦ୍ଧିଷ୍ଟ ।