STORYMIRROR

Niranjan Sahu

Others

3  

Niranjan Sahu

Others

ସମସ୍ତେ ସମାନ ଅଟନ୍ତି

ସମସ୍ତେ ସମାନ ଅଟନ୍ତି

1 min
169

କିଏ ଏଠି ଗୁରୁ କିଏ ଏଠି ଶିଷ୍ୟ    

ସମସ୍ତେ ତ ଆମେ ଲେଖକ

ଭାବନା ରାଜ୍ୟରେ ସମସ୍ତେ ବୁଲନ୍ତି

ତେଣୁ ତ ସମସ୍ତେ ଭାବୁକ


ଶବ୍ଦକୁ ସଜାଡି ଭାବନାକୁ ଥୋଇ

ମନର କଥାକୁ ଲେଖନ୍ତି

ଅନ୍ତର କଥାକୁ ରୂପାନ୍ତର କରି

ମନରେ ଶାନ୍ତି ପାଆନ୍ତି


ଏଇ ଦୁନିଆରେ କିଏ କେଉଁଥିରେ

ଖୁସି ପାଇବାରେ ଲାଗିଛି

ଲେଖକ ବାପୁଡା ଲେଖା ଲେଖିକରି

ଆତ୍ମଶାନ୍ତି ଟିକେ ପାଉଛି


ଏଇ ସମାଜକୁ ସଚେତନ କରି

ବାର୍ତ୍ତା ଦେବାରେ ଲାଗିଛି

ତେଣୁକରି କବି ଏଇ ଦୁନିଆଁରେ

ଯୁଗେ ଯୁଗେ ପୂଜା ପାଇଛି,


ଲେଖକ ମଣ୍ଡଳୀ ଏଇ ଦୁନିଆରେ

ଜଣେ ଜଣେ ଯୋଦ୍ଧା ଅଟନ୍ତି

କିଏ ନୁହେଁ ଗୁରୁ କିଏ ନୁହେଁ ଶିଷ୍ୟ

ସମସ୍ତେ ସମାନ ଅଟନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍