STORYMIRROR

Rabindra Kumar Biswal

Others

3  

Rabindra Kumar Biswal

Others

ସ୍ମୃତିତୁମେ

ସ୍ମୃତିତୁମେ

1 min
1.3K




ବେଳ ଅବେଳରେ ତୁମକଥା ଭାବିଦେଲେ

ଆବୋରି ଆସେ ବିତିଯାଇଥିବା ଜୀବନର ଅପାସୋରା ସମୟତକ

ସ୍ନେହବୋଳା ହସ ଟିକକ ମନେପଡିଗଲେ

ବିତିଯାଏ ମେଂଚା ମେଂଚା ହେଇ ବଳକା ସମୟ ତକ ,

ମହୁଲ ଫୁଲର ବାସ୍ନା ରେ ସତେଜ କରିଦିଅ

ମୋ ମଉଳି ଯାଇଥିବା ମନର ମହକର ଶୁନ୍ୟତାକୁ,

ବେଳ ଅବେଳରେ ବାଟ ହୁଡ଼ିଯାଏ ସନ୍ଧ୍ୟା ର ସେଇ ଗୋଧୂଳି ବାସ୍ନାର ପୁତିମୟ ଗନ୍ଧରେ

ଅବାଟରେ ପଶି ସତ୍ତା କୁ ହରେଇବସେ

ତୁମ ସ୍ମୃତିର ଅନ୍ଧକାର ସତ୍ତ୍ୱହୀନ ବନସ୍ତରେ,

ଆଖିରେ ଆଖିଏ ଅକୁହା କଥା ଓ ବ୍ୟଥା କୁ ନେଇ ଖୋଜିବୁଲେ

ନିରବ କମ୍ପନର ଧୂଳିଝଡ଼କୁ ନେଇ ଏକୋଣରୁ ସେ କୋଣ ପର୍ଯ୍ୟନ୍ତ,

ତଥାପି ମିଳେନା ମୋ ପ୍ରଶ୍ନର ଉତ୍ତର,

ତଥାପି ଖୋଜିବୁଲେ ଜହ୍ନରାତିର ନିରୋଳା ମୁହୂର୍ତ୍ତରେ

ତୁମ ସ୍ମୃତିର ଆଖିଠାର କୁ ବୁଝିବା ପାଇଁ,

ମେଞ୍ଚା ମେଞ୍ଚା ହେଇ ପ୍ରଶ୍ନ ସବୁ ଉଙ୍କି ମାରୁଥାଏ

ବେଳ ଅବେଳରେ କାହିଁକି କେଜାଣି ସମୟକୁ ନଷ୍ଟ କରୁଛି ବୋଲି

ତଥାପି ଟାଣି ହେଇଯାଏ ମନଟା

ବିନାକାରଣରେ,ବିନା ଦ୍ବିଧାରେ ଶୁଣିବା ପାଇଁ

ତୁମେ ଛାଡି ଯାଇଥିବା ଫଗୁଣର ସେଇ ମୂର୍ଚ୍ଛନାର

ରୋମାଞ୍ଚକର ଅନୁଭବ ଟିକକ ପାଇଁ

ରବୀନ୍ଦ୍ର କୁମାର ବିଶ୍ୱାଳ.

ଭୁବନେଶ୍ୱର. zealbiswal@gmail.com

୯୩୩୭୧୩୨୨୩୩




Rate this content
Log in