STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ସ୍ମୃତିରେ ଅକ୍ଷୟ

ସ୍ମୃତିରେ ଅକ୍ଷୟ

1 min
235


ହେ ଅକ୍ଷୟ ତୁମେ ଚିର କୁମାର

ପ୍ରେମିକ ମନରେ ଫଗୁଣର ଅବିର

କେବେ ପୁଣି ମନରେ ରାଗିଣୀ ସ୍ୱର

ଜହ୍ନ ପାଇଁ କେବେ ତୁମେ 

କଇଁ ର ପ୍ରୀତି ଆମନ୍ତ୍ରଣ ର ସମ୍ଭାର!!


ବୟସର କୃଷ୍ଣଚୂଡ଼ା ରେ ତୁମେ 

କେବେ ନାଲିରଙ୍ଗ ବୁଣି ଥାଅ,

କେବେ ପୁଣି ଫଗୁଣ ଗଲା ପରେ

ବିରହର ଗୀତ ଗାଇ ଥାଅ!!


ସାଗର ଭିତରେ ଶାମୁକା ଗର୍ଭରେ

ମୁକୁତା ରଖ ସାଇତି,

ଏଇ ବନ ଲତା ପାହାଡ଼ ଘେରାରେ

 ସରେ ନାହିଁ ଦିନ ରାତି।।


ଚିଠିକୁ କରି ଟିକି ଚଢ଼େଇ ଉଡ଼ାଇ

 ଦେଲ ନୀଳ ଆକାଶେ,

ଯାଯାବର ମନ ନେଇ ଘୁରି ବୁଲୁ ଥାଅ

ରୁମ୍ ଝୁମ୍ ନୁପୁର ପରଶେ।।


ଅବୁଝା ପ୍ରିୟତମା ଅଭିମାନ କଲେ

 ବସି ଯାଇ ତାର ପାଶେ,

ପ୍ରଣୟ ପରଶେ ପ୍ରୀତିର ପୁଲକ

ଚନ୍ଦ୍ର ମଲ୍ଲୀ ସତେ ହସେ!!


ଗୀତ ଗାଇ ଗାଇ ଚାଲିଗଲ ତୁମେ 

ବୋଲି ଦେଇ କେତେ ଗୀତ,

ଫେରି ଯାଉ ଯାଉ କହି ଦେଇ ଗଲ

ଏଇ ମୋର ଶେଷ ଗୀତ!!


ହାରି ଯାଇଥିବା ଲୋକର କି ଅଛି

ଜିଇଁ ବାର ନାହିଁ ମାନେ,

ତୁମେ ଶିଖାଇଛ ବଞ୍ଚିବାର ରାହା

ସଙ୍ଗୀତ ର କୁହୁ ତାନେ!!


ଚିର ନମସ୍ୟ ତୁମେ ଚିର ସବୁଜ ,

 ସଙ୍ଗୀତର ଯାଦୁଗର,

ଦୁନିଆ ବୁକୁରେ ଗୀତ ସଙ୍ଗୀତରେ

 ରହିବ ତୁମେ ଚିର ଅମର!!



Rate this content
Log in