STORYMIRROR

rasmi maye pati

Others

3  

rasmi maye pati

Others

ସ୍ମୃତି

ସ୍ମୃତି

1 min
24


ଶ୍ଵାନ କେତେଟାଙ୍କ ରଡ଼ି ଭୟଙ୍କର

କାନ୍ଥ ଘଡି ସୁର ହୁଏ ତୀବ୍ରତର 


ଆଖିର ତୂଳୀରେ ଆଙ୍କେ ଚିତ୍ରପଟ୍ଟ

ଅନ୍ଧକାର କାନ୍ଥେ ଆଙ୍କି ହୁଏ ସେ ତ


ଅଡୁଆ ସୂତାରୁ ଆଣି କେରା କେରା

ଆନନ୍ଦେ କରିଲି ହୃଦର ଗଜରା 


କେତେ ବେଳେ ଲୁହ ଭିଜି ଯାଉଥିଲା

ଖୁସିର ଲହରୀ ଢେଉ ଭାଙ୍ଗୁ ଥିଲା


ଫର୍ଦ୍ଦ ପରେ ଫର୍ଦ୍ଦ ଉଡି ଯାଉଥିଲା

ଆଖିର ପଲକ ଜାଗି ଉଠୁ ଥିଲା 


ତଥାପି ସେ ସ୍ମୃତି ଅସୀମ ପସରା

କେତେ ଚିତ୍ର ପଟ୍ଟ ଆଙ୍କି ଦେଲା ପରା 


ସ୍ମୃତି ରହିଗଲା ଅତୀତ ପୃଷ୍ଠାରେ

ତନ୍ଦ୍ରା ହଜି ଗଲା ଯାମିନୀ କୋଳରେ


ସ୍ୱପ୍ନ ଲୁଚିଗଲା ଜହ୍ନର କୋଳରେ

ରାତି ପାହି ଗଲା ଶେଯରେ ଶେଯରେ


ପ୍ରାଚୀ ନଭ କୋଳେ ଉଏଁ କୁଆଁତାରା

ବର୍ତ୍ତମାନ ପୃଷ୍ଠା ନିଜର ହୋଇଲା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍