STORYMIRROR

ସ୍ମିତା ତ୍ରିପାଠୀ

Others

3  

ସ୍ମିତା ତ୍ରିପାଠୀ

Others

ସ୍ମୃତି

ସ୍ମୃତି

1 min
22.8K


ସ୍ମୃତି ଯେ ଭାବ ବିରହର ଫଳ୍ଗୁ ଧାରା..

ସ୍ମୃତି ଯେ ହେଇପାରେ ଆଦ୍ୟ ଯୌବନର ଭାବ,

ସ୍ମୃତି ବି ହେଇପାରେ ବିରହର ସଂଙ୍ଗୀତ ..

ସ୍ମୃତି ବି ହେଇ ଯାଏ ଅଳନ୍ଧୁର ଗନ୍ତାଘର,

ସେଇ ଅଳନ୍ଧୁ ରେ ବି ମିଶିଯାଏ ସୁଖ ଦୁଃଖ

ଭାବ ବିହ୍ଵଳ

ବିରହର ସ୍ଵର..

ସ୍ମୃତିରେ ବି ଶୁଣିହୁଏ

ପ୍ରେମର ମଧୁର ଝଙ୍କାର

ବିରହର ଚିତ୍କାର

ହସର ରୋଳ

କାନ୍ଦର ସ୍ଵର..

ସ୍ମୃତି କୁ ନେଇ ଜିଇଁ ଯାଏ କିଏ

କିଏ ବି ହଜି ଯାଏ ଅତୀତରେ

କିଏ ବି ପରିବର୍ତ୍ତନ ହେଇ କି

ମିଶେଇ ଦିଏ ସ୍ମୃତି ରେ..

କିଛି ଖଟା କିଛି ମିଠା

କିଛି ହସ କିଛି କାନ୍ଦ

କିଛି ଭାବ ବିହ୍ଵଳ ମୁହୂର୍ତ୍ତ କୁ ନେଇ

ବହି ଯାଏ ସ୍ମୃତି

ମନର ନଈରେ...

ସ୍ମୃତି ବି ହେଇ ପାରେ ସଂଘର୍ଷମୟ

ସ୍ମୃତି ବି ହେଇପାରେ ଦିଶା ହୀନ ହୃଦୟ..

ସ୍ମୃତି ବି ନେଇଯାଏ ଅତୀତ ର ଆମୋଦିତ ସମୟ କୁ

ସ୍ମୃତି ବି କିଛି ଝରେଇଦିଏ ହୃଦୟ ର ଦୁଃଖ କୋହ କୁ

ସ୍ମୃତି ବି ନିଏ କିଛି ତିକ୍ତ କିଛି ମଧୁର ର

ଅନୁଭବକୁ ସାଉଁଟି..

କିଏ ବି ଭାବି ହୁଏ କିଏ ବି ଝୁରି ହୁଏ

ସେଇ ସ୍ମୃତିର ଇତିହାସ

ଅଳନ୍ଧୁ ଭିତରୁ କାଢି ଦେଖିବାକୁ..

ହୃଦୟର ନିବୁଜ ଦରଜାରେ

ନିଃଶବ୍ଦ କରାଘାତେ

ପାଦ ଚିପି ଚିପି ଆସେ

ମନକୁ ଅସ୍ତବ୍ୟସ୍ତ କରିବାକୁ...

ସ୍ମୃତି ର ଝରକାରେ

ନିସ୍ତବ୍ଧ ଜହ୍ନ ରାତିରେ

ଦୀପାଳି ଜାଳି

ଦେଖୁଦେଖୁ

କିଛି ଲୁହ ଝରିଯାଏ ଅଜାଣତ ରେ

ଶିହରିତ ହୁଏ ମନ

କିଛି ମଧୁର ସ୍ପର୍ଶେ..

ସ୍ମୃତି ତ ସେଇ

ଭାବ ର ସାଗର,

ଅଟେ ଅତଳ ଗଭୀର...

ସ୍ମୃତି ସାଉଁଟି ସାଉଁଟି

ସରିଯାଏ ଜୀବନ

କିନ୍ତୁ ଅନୁଭୂତି ସବୁ ବନ୍ଦୀ ହେଇଯାଏ

ସ୍ମୃତି ର ଅଳନ୍ଧୁ ଆବରଣେ

ହେଇ ଯାଇ ଇତିହାସ ।।


Rate this content
Log in