STORYMIRROR

Jharana Rout

Others

3  

Jharana Rout

Others

ସ୍ମୃତି

ସ୍ମୃତି

1 min
284

 


କେତେ ସ୍ମୃତି ଆଜି ସାଉଁଟି ମୁଁ ଅଛି 

  ହଜି ଯାଇଛି ସେ କିଛି ସ୍ମୃତି

 ଆଜି କାଇଁ ମନେ ପଡେ ବାରମ୍ବାର

  ଆଖିରେ ଦିଏ ଅଶ୍ରୁ ଭରି ||


ନିସ୍ୱାର୍ଥପର ଆପଣଙ୍କର ସେବା

  ମନେ ନଥାଏ ଛନ୍ଦ କି କପଟ

କେତେ ସ୍ନେହ ଶ୍ରଦ୍ଧା ନୀତି ବାଣ୍ଟୁ ଥିଲେ

  ସତେକି ମା ଟିଏ ପରି ||


ମିଠା ମିଠା କଥା ଦିଅନ୍ତି ପରସି

 ମନ ଖୁସିରେ ଯାଏ ଭରି 

ସେହି ସ୍ମୃତିରେ ମୁଁ ହଜିଯାଉଛି 

 ଆଉ ଥରେ ଚାଲିଆସେ ଫେରି ||


ନାମଟି ଯେପରି ପ୍ରତିମା

  ସାକ୍ଷାତ୍ ଲକ୍ଷ୍ମୀ ସଦୃଶ ପରି

ପାଦ ପଡିଗଲେ ହସ ଖେଳିଯାଏ 

  ଖୁସିରେ ଯାଏ କ୍ଲାସ ଉଛୁଳି ||



ସୁନ୍ଦର୍ ଭାବନା ସୁନ୍ଦର୍ ଚିନ୍ତାଧାରା

  ସମସ୍ତଙ୍କ ହୃଦୟରେ ଆପଣ

ଏମିତି ଦେବୀ ଆଉ କୋଉଠୁ ପାଇବୁ

 ସମସ୍ତଙ୍କର ଆପଣ ଦିଗଦର୍ଶକ ||


          

           


Rate this content
Log in