STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସ୍ମୃତି

ସ୍ମୃତି

1 min
41

ମନେ ପଡେ ଆଜି  ହଜିଲା ଅତୀତ

     ସ୍ମୃତି ସେଇ ପିଲା ଦିନ

ଧୂଳି ଖେଳ ଠାରୁ କବାଡି ବୋହୂଚୋରି

     ସବୁ ଯେ ପଡୁଛି ମନ

ସାଙ୍ଗ ସାଥି ସବୁ  ଖେଳୁଥୁଲୁ ମିଶି

    ହେଉ ଦିନ ଅବା ରାତି

ମନେ ପଡିଗଲେ  ସେ ହଜିଲା ଦିନ

     ଭିଜି ଯାଏ ଦୁଇ ଆଖି

ଆଉ କି ଫେରିବ ବରଷାରେ ଭିଜା

    ହଜିଲା ସେ ପିଲା ବେଳ

ସାଙ୍ଗ ସାଥି ସବୁ ଏକାଠି ଯେ ହୋଇ

    ଖେଳୁଥିଲେ କେତେ ଖେଳ

ସମୟ ସୁଅରେ  ଆଜି ଆମେ ସବୁ

     ଯାଇଛୁ ଅଲଗା ହୋଇ

କିଏବା ଜାଣିଛି  ପୁଣି ଆମେ ସବୁ

     ମିଶିବୁ ଏକାଠି ଯାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍