STORYMIRROR

Papu parida

Others

4  

Papu parida

Others

ସ୍ମୃତି

ସ୍ମୃତି

1 min
255

ସ୍ମୃତି

କେବେ ନିର୍ଝର ବାରିର ଶୀତଳତା

କେବେ ତଟନୀ ଧାରାର ଚପଳତା।


ସ୍ମୃତି

କେବେ ରଜନୀଗନ୍ଧାର ସୁବାସ

କେବେ ଅନାର୍ଦ୍ର କୁସୁମ ଆଭାଷ।


ସ୍ମୃତି

କେବେ ଶିଖି ତନେ ଶୋଭା ନୀଳିମା

କେବେ ତିମିରି ଅନନ୍ତେ କାଳିମା।


ସ୍ମୃତି

କେବେ ସବୁଜ ବନାନୀ ଚମକ

କେବେ କଳାଯାଦୁ ପ୍ରାପ୍ତ କୁହୁକ।


ସ୍ମୃତି

କେବେ ବସନ୍ତର ଶାନ୍ତ ମଳୟ

କେବେ ବାତ୍ୟା ସଙ୍ଗେ ସୃଷ୍ଟ ପ୍ରଳୟ।


ସ୍ମୃତି

କେବେ ସୁଖ ଜୀବନର ମହକ

କେବେ ଅସହ୍ୟ ବିଷମ ବିପାକ।


ସ୍ମୃତି

କେବେ ପୁଷ୍କରିଣୀ ନିରର ସ୍ଥିରତା

କେବେ ପୟୋଧି ପୟର ଚଞ୍ଚଳତା।


ସ୍ମୃତି

କେବେ କୃଷ୍ଣଚୂଡ଼ା ସମ ମୋହିନୀ

କେବେ ଦୁଃଖ ଓ ଦୁର୍ଦ୍ଦଶା ବାହିନୀ।


ସ୍ମୃତି

କେବେ ଚନ୍ଦ୍ରିକା ଶୀତଳ ଆଲୋକ

କେବେ ଆଦିତ୍ୟ ଅସହ୍ୟ ପ୍ରକୋପ।


ସ୍ମୃତି

କେବେ ମଣିମୁକ୍ତା ଭରା ଅଳଙ୍କାର

କେବେ ଦୁର୍ଭିକ୍ଷର ସମ ହାହାକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍