STORYMIRROR

Alaka Dash

Others

3  

Alaka Dash

Others

ସ୍ମୃତି

ସ୍ମୃତି

1 min
159

   

ସ୍ମୃତି ଯମୁନାର 

କୂଳେ ଚାଲୁ ଚାଲୁ, 

ଯମୁନାର ଅସଂଖ୍ୟ ତରଙ୍ଗ 

ଆଖି ମିଟିକା ମାରୁଥିଲେ 

ମାପୁଥିଲେ ମୋ ମନର ତରଙ୍ଗ 

ଚାହୁଁଥିଲି କଦମ୍ବକୁ 

ଆକାଶ ର ନୀଳ ଚାନ୍ଦୁଆକୁ, 

ଲୁଚକାଳି ଖେଳୁ ଥିବା ଜହ୍ନକୁ, 

ଶୁଣୁଥିଲି ଯମୁନାର କୁଳୁକୁଳୁ ଗୀତ

ମୁହୁର୍ମୁହୁ ବାଜୁ ଥିବା ବଂଶୀର ସ୍ୱର, 

ପ୍ରତିଧ୍ଵନିତ ହେଉଥିଲା ମାଛ ର 

ଅଣଲେଉଟା ଶବ୍ଦ, 

ଗୁଂଜରିତ ହେଉଥିଲା କର୍ଣ୍ଣ କୁହରରେ 

ରାଇ ରାଇ ଆକୁଳିତ ସ୍ୱର 

ଅଜାଣତେ ଶିହରୀତ ହେଲା ତନୁ, 

କଦମ୍ବ ଝରୁଥିଲା ଯମୁନା କୂଳରେ, 

ବଂଶୀ ସ୍ୱରରେ ନିମଗ୍ନ ହୋଇ 

ମନ ଖୋଜୁ ଥିଲା ମନ ଟିଏ 

ଝରା ଚାନ୍ଦିନୀ ରେ 

କିଏ ଖୋଜିଦେବ ଧନକୁ 

ଯୋଡ଼ିଦେବ ଭଙ୍ଗା ଆଇନାକୁ 

ଆଣି ଦେବ ସୁନା ହରିଣୀ, 

ଗଢି ଦେବ ସୁନା ସଂସାର, 

ପଢି ପାରିବ ଅକୁହା ଭାଷା, 

ବୁଝିପାରିବ ମରମ ବେଦନା 

ସବୁ ମିଛ କୁହେଳିକା 

ସ୍ମୃତି ଖାଲି ସ୍ମୃତି ll

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍