STORYMIRROR

ସୁମନ୍ତ ବେହେରା

Others

4  

ସୁମନ୍ତ ବେହେରା

Others

ସ୍ମୃତି

ସ୍ମୃତି

1 min
188

ସ୍ମୃତି ନୁହେଁ ସେ ତ ସାଗର କୂଳର

   ବାଲୁକା ନିର୍ମିତ ଘର ।

ସାଗର ଢେଉରେ ଭାଙ୍ଗି ଚାଲିଯିବ

   କୂଳକୁ କରି ସେ ପର ।।


ସ୍ମୃତି ନୁହେଁ ସେ ତ ମରୁଭୂମି ସ୍ଥିତ

   ବାଲୁକା ରାଶିର ସ୍ତୁପ ।

କ୍ଷୀପ୍ର ପବନରେ କ୍ଷଣିକ ସମୟେ 

   ବିକୃତ ହେବ ତା' ରୂପ ।।


ସ୍ମୃତି ନୁହେଁ ସେ ତ ଶୀତ ସକାଳର

  ପତିତ ଶିଶିରକଣା ।

ଭାସ୍କର କିରଣେ ଅସ୍ତିତ୍ୱ ହରାଇ

   ହୋଇଯିବ ବାଟବଣା ।।


ସ୍ମୃତି ନୁହେଁ ସେ ତ ସୁନୀଳ ଆକାଶେ

   ପୂର୍ଣ୍ଣିମା ରାତିର ଜହ୍ନ ।

ମାସକରେ ଥରେ ପ୍ରକାଶିବ ଜ୍ୟୋତ୍ସ୍ନା

   କେବଳ ଗୋଟିଏ ଦିନ ।।


ସ୍ମୃତି ତ ଅଟଇ ହୃଦ କନ୍ଦରର

   ଦିବ୍ୟ ଏକ ଅନୁଭବ ।

ସ୍ନେହ ପ୍ରେମ ବାଣ୍ଟି ହୃଦୟ ସାଥିରେ

   ସଦା ସିଏ ରହିଥିବ ।।


Rate this content
Log in