STORYMIRROR

Smruti Sephali Meher

Others

3  

Smruti Sephali Meher

Others

ସ୍ମୃତି

ସ୍ମୃତି

1 min
154


ସ୍ମୃତି ତୁମେ ମେଘ ମହ୍ଲାରର ନାୟିକା 

ସ୍ମୃତି ତୁମେ ଜ୍ୟାେସ୍ନାର ଅସରାଏ ବର୍ଷା ଛିଟା

କେବେ ତୁମେ ନୀରବ ମରୁଭୂମି ର ରେଣୁ୍ରେ ଚମକୁଥିବା ମୁକ୍ତା

ଆଉ କେବେ ପୁଣି ନୀଳ ଉର୍ମିର ବୁକୁରେ ଫେରିଆସୁଥିବା ପ୍ରତୀକ୍ଷା । 


ତୁମେ ଦୁଷ୍ଟ ପ୍ରଜାପତିର ମଧୁପ କଳିକା

ତୁମେ ସବୁଜ ବିଲର ସୁମଧୁର ଗୀତିକା

ସ୍ପର୍ଶ ତୁମ ସୃଷ୍ଟି କରେ ଅଭୁଲା ଅତୀତକୁ ଆୟୁଷ୍ମାନ

ଅଭିଶପ୍ତ ଗ୍ରସ୍ତ ପଥର ବି ହାେଇଯାଏ ଚକ୍ଷୁଷ୍ମାନ। 


ତୁମେ କେମିତି ସ୍ମୃତି ଭୁଲିଲେ ବି ହୁଏନି ଭୁଲି

ନିରବତା ଭଂଗ କରି ଫେରିଯାଅ ସାତ ଦରିଆ ପାରି

ସ୍ମୃତି ତୁମେ ଗାେଧୂଳି ରେ ଅଂକିତ ଝାେଟି ଚିତା

ସ୍ମୃତି ତୁମେ ଅଭିମାନ ରେ ଝରୁଥିବା ଅଶ୍ରୁଧାରା । 


ପ୍ରେମିକାର ଉଡୁଥିବା ପଣତରେ ତୁମ ନାମ ଲେଖା

ଅଧରାତିରେ ଝଡିପଡୁଥିବା ଗଂଗଶିଉଳି ର ତୁମେ କାେମଳତା

ସ୍ମୃତି ତୁମେ ଛଳ ଛଳ ଆଖିର ନିହାର ଟାେପା

ସ୍ମୃତି ତୁମେ ଜୀବନର ଶେଷ ପାଉଁଶ ମୁଠା ।


Rate this content
Log in