ସ୍ମୃତି
ସ୍ମୃତି
1 min
6.9K
ବେଳେବେଳେ ସ୍ମୃତିକୁ ସାଉଁଟୁ ସାଉଁଟୁ
ବହୁତ କିଛି ମିଳିିଯାଏ
କେତେବେଳେ ହସ ହେଇ ଖେଳିଯାଏତ
କେତେବେଳେ ଲୁହ ହୋଇ ଝରିଯାଏ
ତଥାପି କିନ୍ତୁ ସେହି ସ୍ମୃତିକୁ ସାଉଁଟିବାରେ
ବହୁତ ଆନନ୍ଦ ଥାଏ ।
ନିଜ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଅନେକ
ସମୟରେ ସ୍ମୃତିକୁ ସାଉଁଟି ବାରେ
ଦିନ କଟିଯାଏ, ରାତି ପାହିଯାଏ ।
ଆଉ ସେହି ସ୍ମୃତି ଖୋଜିବୁଲେ
କିଛି ହଜିଲା ଦିନକୁ ।
ସ୍ମୃତିରେ ବି କେବେ କେବେ
ଆପଣାର ପର ହୋଇଥାଏ
ଆଉ ପର ହୋଇଥାଏ ଆପଣା ,
ନିଜ ସହିତ କିଛି ସଂଯୋଗ ହୋଇଥିବା ବେଳେ
ଆଉ କିଛି ଭୁଲା ଠିକଣା ।
****
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର