STORYMIRROR

Er Subhransu Kumar Behera

Others

3  

Er Subhransu Kumar Behera

Others

" ସ୍ମୃତି "

" ସ୍ମୃତି "

1 min
268


ସ୍ମୃତି କେବେ ନିଦାଘର ତପ୍ତ ପରି ତ

ସ୍ମୃତି କେବେ ଶ୍ରାବଣର ଛିଟା ପରି ,

ସ୍ମୃତି କେବେ ଶୀତୁଆ ସକାଳର ମୁକ୍ତା ପରି

ତ କେବେ ପୁଣି ସ୍ମୃତି ...

ଋତୁରାଜ ବସନ୍ତର ଫଗୁଣ ରଂଗ ଆଉ

ସଦ୍ୟଜାତ ବଉଳର ବାସ୍ନା ପରି ।


ସ୍ମୃତି କେବେ ଏ ଆଖିରେ ଦୁଇ ଟୋପା ଲୁହ ତ

ସ୍ମୃତି କେବେ ଏ ଛାତିରେ ଅସରନ୍ତି କୋହ ,

ସ୍ମୃତି କେବେ ଏ ମନରେ ଅଡୁଆ ସୂତାର ଖିଅ

ତ କେବେ ପୁଣି ସ୍ମୃତି ...

ଏଇ ଜୀବନରେ ସମୟର ନାଗ ଫାଶ ଆଉ

ସଂପର୍କର ଦୋଛକିରେ ଅବ୍ୟକ୍ତ ଭାଷାର ସୁଅ ।


              


Rate this content
Log in