STORYMIRROR

Madhabi Patel

Others

3  

Madhabi Patel

Others

ସ୍ମୃତି

ସ୍ମୃତି

1 min
14.6K


ସ୍ମୃତି ଫରୁଆରେ ସାଇତି ରଖିଛି

ମୋର ସେଇ ପିଲା ବେଳ।

ମାଆ ହାତ ଧରି ଚାଲି ସିଖୁଥିଲି

ସାଙ୍ଗଙ୍କର ଗୁଡୁ ଖେଳ।

ଚାନ୍ଦିନୀ ରାତିରେ ସାଙ୍ଗ ଗହଣରେ

ହୁମ ପୁଣି ତାସ ଖେଳ।

ପୋଖରୀ ପାଣିରେ ନଈ ପହଁରାରେ

କାଟିଛି ମୋ ଖରାବେଳ।

ଆମ୍ବ ଜାମୁକୋଳି ତୋଳି ମୁଁ ଖାଇଛି

ଜଙ୍ଗଲୁ ତୋଳିଛି ଛତୁ।

ରୁଗୁଡା ପୁଟୁ ଓ ବାଲି ଛତୁ ସଙ୍ଗେ

ତୋଳିଛି ପୁଆଲ୍ ଛତୁ।

ବିଲରୁ ଆଣିଛି କଲମର ସାଗ

ସୁନୁସୁନିଆଁକୁ ତୋଳି।

ବଣ ବୁଦା ବୁଲି ତୋଳି ମୁଁ ଖାଇଛି

ନାନା ରକମର କୋଳି।

ଖଜୁରୀ ଗଛରୁ ପଥର ମାଡରେ

ଝଡାଇ ଖଜୁରୀ କୋଳି।

ପୋଖରୀ ପାଣିରୁ କସେରକନ୍ଦା ଓ

ପୁଷ୍କର କଇଁ କନ୍ଦା ତୋଳି।

କଇଁଆଁ ତେନ୍ତୁଳି କଷି ଆମ୍ବ ସଙ୍ଗେ

ଲୁଣ ମରିଚର ଗୁଣ୍ଡ।

ଚାଟ୍ ମାରି ମାରି ଖାଇଯାଉଥିଲୁ

ଗୋଟା ଗୋଟା ଖଣ୍ଡ ଖଣ୍ଡ।

ଗାଁର ଆଈ ଅଜା ବୁଢା ବୁଢୀ ସଙ୍ଗେ

ଖିଆଲ ଓ ମଜା କରି।

ରାଜାରାଣୀ ଅସୁରୁଣୀ କେତେ ଗପ

ରାତିରେ ଶୁଣିଛି ଡରି।

ପିଲା ବେଳ ସାଙ୍ଗସାଥୀ ମନେ ପଡେ

ଆଜି ସଭିଏଁ କୁଆଡେ କାହିଁ।

ପିଲାଛୁଆ ନାତି ନାତୁଣୀ ଜଞ୍ଜାଳରେ

ସର୍ବେଛନ୍ତି ବାନ୍ଧି ହୋଇ।

ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍