STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସ୍ମୃତି

ସ୍ମୃତି

1 min
212

ଦାଣ୍ଡରେ ହଗିଲେ ସ୍ମୃତି ରହିଯିବ ମାସେ

ମନ୍ଦିର ଗଢି଼ଲେ ଯୁଗଯୁଗ ହାଟ ବସେ।୧


ହତ୍ୟା କରିଥିଲେ ପାପଛୁଏଁ ମନ ଘରେ

ତପ କରିଥିଲେ ହୃଦୟରେ ଜ୍ଞାନ ଝରେ।୨


ଚଉଠି ରାତିରେ କାମନା ଦୋଳିରେ ହସି

ସ୍ମୃତିଟେ ରହିବ ଯେବେରେ ଭାବିବ ବସି।୩


ପୁଅ ହୋଇ ଯଦି ଦେବନି ଖାଇବା ମୁଠେ

ସ୍ମୃତି ପରି ଲୁହ ଝରି ଯାଉଥିବ ଓଠେ।୪


ଧରିପଳା ଯଦି ଭାବିବ ରଖିଲି ସ୍ମୃତିଟେ

କେହି କରିନାହିଁ ମୋପରି ଅଛି କେ ଧୀଟଟେ।୫


ବୁଢା଼ ହୋଇଗଲେ ଦୁଃଖରେ ଭାବିବ ସ୍ମୃତିକି

କଲା କର୍ମଫଳ ଭୋଗିବ ବିଛଣା ସଢି଼କି।୬


ଭଲର କାମରେ ଜକଜକ ହେବ ଚୌଦିଗେ

ମନ୍ଦ କାମ ପାଇଁ ଛେପ ପଡି଼ଯିବେ ଆଗେ।୭ 


ଯେମିତି କରମ ସେମିତି ସ୍ମୃତିର ଫଳକ

ଲିପିବଦ୍ଧ ହେବ ଆତ୍ମ ଜୀବନୀ ଏ ସନ୍ତକ।୮ 


ସଂସାର ହାଟରେ ସଭିଙ୍କ ରହିଛି ସ୍ମୃତିଟେ

ପୂର୍ଣ୍ଣିମା ଅଥବା ଅମାବାସ୍ଯା ଆସି ଘୋଟେ।୯


ସ୍ମୃତି କେବେ ସୁଖ କେବେରେ ଦୁଃଖର ସଉଧ

ନିଇତି ପବନ ପରିକା ହିଁ ଝରଝର।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍