STORYMIRROR

Sasmita Das

Others

3  

Sasmita Das

Others

ସ୍ମୃତି

ସ୍ମୃତି

1 min
215

ବାହାରେ ବର୍ଷା ନାହିଁ କି

ଆକାଶରେ ମେଘର ସୂଚନା ଵି ନାହିଁ

ହେଲେ ମୁଁ ଭିଜି ହୁଏ ଗୋଟା ପଣେ ଓଦା

ଅସରା ଅସରା ସ୍ମୃତିରେ।

"ସ୍ମୃତି"

ମୋ ନିରବ ଜୀବନର ସାଥିଟିଏ

ଆସଇ ପ୍ରତିଟି ମୁହୂର୍ତ୍ତରେ

ମୋ ମନର ଝରକା ଦେଇ

ଅବାଧ ରେ ପଶି ଆସେ

ଭାବନାରେ ଛନ୍ଦି ହୋଇଯାଏ

ପୁଣି ଚୁପି ଚୁପି କଥା ହୁଏ ।


ଦୁଇ ଟୋପା ଲୁହ ହୋଇ ଝରି ଯାଏ ତ

କେବେ ପୁଣି ଫୁଲଟିଏ ହୋଇ ଫୁଟି ଉଠେ

ମୋର ଏଇ ଶୁଷ୍କ ଓଠରେ,

ପୁଣି କେବେ ଆଙ୍କିଦିଏ

ଅନେକ ଅକୁହା ଛବି

ମୋ ମନର କାନଭାସରେ।

ସ୍ମୃତି ମୋର ଅତି ଆପଣାର

ଛାଇ ପରି ରହି ଥାଏ

ପାଖେ ପାଖେ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍