STORYMIRROR

Bauribandhu Lenka

Others

5.0  

Bauribandhu Lenka

Others

ସ୍ମୃତି

ସ୍ମୃତି

1 min
13.3K



ସ୍ମୃତିର ସେ ପାଉଁଶ ଗଦାରେ

ଦିଶେ ତୁମ ମଥାର ସିନ୍ଦୂର ।

ଝଟକଇ ଚିରଦିନ ପାଇଁ

ହୋଇ ତୁମ ସଧବା ସ୍ବାକ୍ଷର ॥


ତୁମେ କଣ ଭୁଲିଗଲ ସବୁ

ସ୍ମୃତି ଯେତେ ଆମ ଅତୀତର ।

ସପନେ ବି ଆସନି ତ କେବେ

ଭୁଲ କଣ ରହିଗଲା ମୋର ॥


ଏତେ ବଡ ଦୁନିଆରେ କିଛି

ଭଲଲାଗେ ନାହିଁ ତୁମ ବିନା ।

ତୁମେ ଛାଡି ଚାଲିଗଲା ପରେ

ବଞ୍ଚିଛି ମୁଁ ମୃତ ପ୍ରାୟ ସିନା ॥


ଆମ ପ୍ରେମ ସନ୍ତକ ସ୍ୱରୂପ

ଦେଇଗଲ ଯେଉଁ ଉପହାର ।

ମାଆ ସ୍ନେହ ସବୁଦିନ ପାଇଁ

ତାଆ ଠାରୁ ହୋଇଗଲା ଦୂର ॥


ତା ମୁହଁରେ ଦେଖେ ତୁମ ମୁହଁ ।

ତା ହସରେ ଭୁଲିଯାଏ କୋହ

ଜାଣେନା ମୁଁ କେତେଦିନ ପରେ

ଦୁନିଆରୁ ତୁଟିବ ଏ ମୋହ ॥

******

( posted in portal) ବାଉରିବନ୍ଧୁ ଲେଙ୍କା


Rate this content
Log in