STORYMIRROR

Nihar Ranjan Acharya

Others

3  

Nihar Ranjan Acharya

Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
212

ସ୍ମୃତି ତୁମେ, 

ଏନ୍ତୁଡ଼ି ଶାଳରେ

ଜଳି ଉଠୁଥିବା 

ଘସି ତଳ ନିଆଁ

ସ୍ମୃତି ତୁମେ, 

ମଶାଣି ଭୁଇଁରେ 

ସଜଡ଼ା ଜୁଇର 

କଞ୍ଚା କାଠ ଧୁଆଁ। 


ସ୍ମୃତି ତୁମେ, 

ଶୀତୁଆ ସକାଳେ 

କଅଁଳ ଖରାର 

ମଧୁର ପରଶ

ସ୍ମୃତି ତୁମେ, 

ଝାଞ୍ଜି ବୈଶାଖରେ 

ତୃଷାର୍ତ୍ତ ଯାତ୍ରୀର 

 ଅସରନ୍ତି ଶେଷ। 


ସ୍ମୃତି ତୁମେ, 

ଫଗୁଣ ଆକାଶେ 

ଦୁଇଟି ମନର 

ପ୍ରୀତିର ସୁବାସ

ସ୍ମୃତି ତୁମେ, 

ଆଶାଢ଼ ମାସରେ 

ମୁଷଳ ଧାରାର 

ବରଷା ବତାସ। 


ସ୍ମୃତି ତୁମେ, 

ଝରକା ଫାଙ୍କରେ 

ନୁଆ ପ୍ରେମୀଙ୍କର 

ମିଳନ ସଂଳାପ

ସ୍ମୃତି ତୁମେ, 

ଅଶୋକ ବନରେ 

ବିରହ ଜ୍ବାଳାର 

ଅକୁହା ବିଳାପ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍