ସ୍ମୃତି ନଦୀ ତୀରେ ଭ୍ରମଛି ପ୍ରବାସୀ
ସ୍ମୃତି ନଦୀ ତୀରେ ଭ୍ରମଛି ପ୍ରବାସୀ
1 min
11.7K
ସନ୍ଧ୍ୟା ଆଗମନେ ବାହୁଡିଲେ ଧେନୁ
ଚଷା ଫେରିଲେଣି ଘରକୁ
ଗାଈଆଳ ଟୋକା ବଇଁଶୀ ବାଇଲା
ଦେଖି ଅସ୍ତଗାମୀ ଶୋଭାକୁ.....
ବାଦଲ ଉହାଡୁ ଜହ୍ନ ଉଇଁଲାଣି
ହରସେ ଚାହିଁକି କଇଁକୁ
ନରମି ସରମେ ସାରୁଅଛି ସ୍ନାନ
କଇଁଯିବ ରାତି କୁଞ୍ଜକୁ.....
ଭକତ ଗହଳ ଲାଗିଲା ମନ୍ଦିରେ
ଆଦରି ସାଆନ୍ତ ସେବାକୁ
ଗତି ମୁକ୍ତି ଦାତା ଜଗତ କରତା
ବରିଲେ ଆଳତୀ ଘେନାକୁ.....
ନବ ଦମ୍ପତିଙ୍କ ଉଲ୍ଲସିତ ମନ
ଅପେକ୍ଷା ରାତିର ପ୍ରୀତିକୁ ,
ସ୍ମୃତିନଦୀ ତୀରେ ଭ୍ରମୁଛି ପ୍ରବାସୀ
ଘେନି ମାତୃଭୂମି ମୋହକୁ....।।
