STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ସ୍ମୃତି ମୋ ପାଇଁ

ସ୍ମୃତି ମୋ ପାଇଁ

1 min
25.1K


ସ୍ମୃତି ମୋ ପାଇଁ

ଶଶାଙ୍କ ଶେଖର ରାୟ


ଅନେକଥର ବିଭୋର ହୁଏ ମୁଁ

ହଜିଯାଇଥିବା କ୍ୟାଲେଣ୍ଡରର ତାରିଖ ମାନଙ୍କୁ ନେଇ

ବେଶ ଆନମନା ହୁଏ

ଅତୀତର ଅଳନ୍ଧୁ ଝାଡି ସମୟର ପିଠିରୁ

ଭାରି ଭଲ ଲାଗେ

ଦଲକାଏ ଉତ୍ତରା ଥଣ୍ଡା ପବନ

ପଶିଆସିଲେ ମନ ଝରକା ଦେଇ

ସାଁବାଳୁଆରୁ ପ୍ରଜାପତି ଯେମିତି

ଉଙ୍କିମାରେ ମୋ ଭିତରୁ ।

କିଏ କହେ ସ୍ମୃତି ସବୁ ଅଫେରା ନଈ

ସକାଳର କୁହୁଡି ଭଳି

ଟପ୍ ଟପ୍ ଝରିପଡେ

ରାତିପାହିବା ଆଗରୁ

କୁଆଡେ ଗଛରୁ ଗଙ୍ଗଶିଉଳି ପରି

ସ୍ମୃତିସବୁ କିନ୍ତୁ ମୋ ପାଇଁ

ବାୟାବସା ଭଳି ଦୋହଲୁଥାନ୍ତି ମନଡାଳେ

ବେଳ ଅବେଳ ନ ମାନି କେବେ

ହସ ଅବା ଲୁହରେ କିଛି ସ୍ମୃତି

ଶାମୁକାରୁ ମୁକ୍ତା ପାଲଟି ଅଜଣାତେ

ଚିକମିକ୍ କରୁଥାଏ ସଦା

ମୋ ଜୀବନେ ଜହ୍ନରାତିଟି ପରି ।


ମୋ-୭୩୭୭୧୯୭୯୯୯


Rate this content
Log in