STORYMIRROR

saroj mohapatra

Others

4  

saroj mohapatra

Others

ସ୍ମୃତି କେବେବି ମରେନା

ସ୍ମୃତି କେବେବି ମରେନା

1 min
171


ମଶାଣି ଭୁଇଁରେ ଜୁଇ ଜଳେ ସିନା

ସ୍ମୃତି ଜୁଇ କେବେବି ଜଳେନା,

ବର୍ଷ ବର୍ଷ ଧରି ସାଗର ମାପିଲେ

ପାଣିର ହିସାବ ମିଳେନା,

ମରୁଭୂମିରେ ମରିଚିକା ମିଳେ

ସହଜରେ ଜଳ ମିଳେନା,

ଅନିଦ୍ରାରେ ରହି ସ୍ମୃତି ସାଉଁଟିଲେ

ସ୍ମୃତି କେବେବି ସରେନା,

ଜହ୍ନ ଦେଖିବାକୁ ସୁନ୍ଦର ଲାଗେ

କେବେ ହେଲେ ଛୁଇଁ ହୁଏନା,

ଲକ୍ଷେ ଲୋକଙ୍କ କହିବା ପରେବି 

ମନ ମୋର କେବେ ବୁଝେନା,

ଯେତେ ଚେଷ୍ଟା କଲେ ସ୍ମୃତି ଭୁଲିବାକୁ

ସ୍ମୃତି କେବେ ଭୁଲି ହୁଏନା,

ବସନ୍ତ ଆସିଲେ ମଳୟ ପବନ

ଘାରଇ ପ୍ରେମର ବାସନା,

ଦିନ ସାରିଯାଏ ରାତି ପାହିଯାଏ

ତୁମେ କଣ ପାଇଁ ଫେରନା,

ସାରା ଦୁନିଆ ଛଳନା ଦିଅଇ

ମିଳେ ଖାଲି ଏଠି ଯାତନା,

ମଶାଣି ଭୁଇଁରେ ଜୁଇଜଳେ ସିନା

ସ୍ମୃତି କେବେବି ଜଳେନା

ସ୍ମୃତି କେବେବି ମରେନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍