ସ୍ମୃତି ଏକ ଟର୍ଚ୍ଚ ଅଲୋକ
ସ୍ମୃତି ଏକ ଟର୍ଚ୍ଚ ଅଲୋକ

1 min

225
କଳା କିଟିମିଟିଆ ଅଂଧାର କୁ ଟର୍ଚ୍ଚ ମାରିଲେ
ଯେତିକି ତେର୍ଚ୍ଚ।ଆଲୁଅ ଦିଶୁଥାଏ
ସେଇତକ ହିଁ ସ୍ମୃତି ।
ଦେଶ ଜାତି,
ବ୍ୟକ୍ତି ମାଟି
ସଭିଙ୍କୁ ହାତ ହଲେଇ ଡାକୁ ଥାଏ
କହିବାକୁ ଅପାଶୋରା ଚିତ୍ର ଓ ଚାରିତ୍ରିକ ଗୀତି ।
ଯିଏ ଯେତେ ମନେ ପକାଇ
ତେରଛା ଆଲୁଅରେ ସାଉଁଟି ପାରେ
ସେତିକି ହିଁ ତା ପାଇଁ ଭାଵ ବିଭବ ର ସମ୍ପତ୍ତି ।
ମନ ପଲମ ରେ
ସୁଖ ଦୁଃଖର,
ପ୍ରାପ୍ତି ଅପ୍ରାପ୍ତି ର,
ଜୟ ପରାଜୟ ର
ମୁହୂର୍ତ୍ତର ପିଠା ଖଡିକା ରେ
ଲେଉଟା ହେଇଥିବା ଚକୁଳି ପିଠା ଟି ହିଁ ସ୍ମୃତି ।
କି ଦିନ କି ରାତି
କି ବେଳା କି ତିଥି ?
ମନ ମହକ ସୁଗନ୍ଧିତ ଯେବେ ପାଏ ସେ ସେ ଛିଟା ଟି ।