STORYMIRROR

JitendraNath Gahir

Others

2  

JitendraNath Gahir

Others

ସ୍ମୃତି ଏକ ରୂପାଜହ୍ନ

ସ୍ମୃତି ଏକ ରୂପାଜହ୍ନ

1 min
14K


ଅତୀତର ସ୍ମୃତି ସବୁ ଆଜି

ବଞ୍ଚିବାର ରାହା ହୋଇ

ବାଟଭୁଲା ପଥିକ ହୃଦୟେ

ଆଣି ଦିଏ ହସର ଫଗୁଣ,

ଛନ୍ଦମୟ ଗୀତି ପରି ନିରୋଳାରେ ସତେ

ଗୋପନରେ ବନ୍ଧା ପଡେ

ମନପାଖେ ତାର

ସାଥୀ ହୋଇ ସ୍ମୃତି ଚିରଦିନ ।

ପାଉଁଶ ତଳର ନିଆଁ ଭଳି

ଅକସ୍ମାତ ଜଳି ଉଠେ ସ୍ମୃତି

ହୃଦୟର ନିବୁଜ କୋଣରେ

ଧକ୍ ଧକ୍ କରି ସେ ସ୍ପନ୍ଦନ,

ସେତେବେଳେ ମନେଭରେ ଅସୀମ ଶକତି

ପରାଜିତ ପଥିକ ହିଆରେ

ତେଣୁ

ବୀରଦର୍ପେ ଲଙ୍ଘି ଯାଏ ବନ୍ଧୁର ପଥକୁ

ସ୍ମୃତି କୁ ସେ କରି ରୂପାଜହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍