ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
1 min
232
ଶଶାଙ୍କ ଶେଖର ରାୟ
ସ୍ମୃତି ଯଦି ଫୁଲଟିଏ ହୋଇ
ଫୁଟୁଥାନ୍ତା ସମୟର ଡାଳେ
ତୋଳିଆଣି ଧରାଇଦିଅନ୍ତି ତୁମ ହାତେ
ଦେଖିଥାନ୍ତ କେମିତି ସ୍ମୃତିମାନେ
ଗୋଲାପଠୁଁ ଆହୁରି ସତେଜ
ତୁମେ ସିନା ଯାଇଛ ଭୁଲି
ଆଜି ବି ଆମ କାନ୍ଥେ ବନ୍ଦୀ
ନାଲିକାଳିରେ ମୁଣ୍ଡୁଳା ବୁଲିଥିବା ତାରିଖମାନେ
ପାରୁନି ସେମାନଙ୍କୁ ମୁକ୍ତି ଦେଇ
କି ମୁଁ ନିଜକୁ ନିଜେ ତୁମଠାରୁ
ମୁକୁଳିପାରୁନି ଏତେ ସହଜରେ ।
ଭୁଲିବାର ଥିଲା ଯଦି
ଆପଣାର କରୁଥିଲ କାହିଁ
କୁହୁଡିଆ ସପନ ଦେଖାଇ
ଫୁଲ ଜହ୍ନ ତାରାଙ୍କ ସହ ଲୁଚକାଳି ଖେଳାଇ
ହଜିଗଲ ଯେ କାହିଁ
କେଉଁ ଅଜଣା ରାଇଜେ
ଦେଖିବ ଥରେ ଆସ
କେମିତି ମୁଁ
ତୋଳିଛି ତୁମ ସ୍ମୃତିରେ
ତାଜମହଲଟିଏ ମୋ ହୃଦୟରେ ।
ମୋ - ୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
