STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
248



ଶଶାଙ୍କ ଶେଖର ରାୟ


ସ୍ମୃତି ଯଦି ଫୁଲଟିଏ ହୋଇ

ଫୁଟୁଥାନ୍ତା ସମୟର ଡାଳେ

ତୋଳିଆଣି ଧରାଇଦିଅନ୍ତି ତୁମ ହାତେ

ଦେଖିଥାନ୍ତ କେମିତି ସ୍ମୃତିମାନେ

ଗୋଲାପଠୁଁ ଆହୁରି ସତେଜ

ତୁମେ ସିନା ଯାଇଛ ଭୁଲି

ଆଜି ବି ଆମ କାନ୍ଥେ ବନ୍ଦୀ

ନାଲିକାଳିରେ ମୁଣ୍ଡୁଳା ବୁଲିଥିବା ତାରିଖମାନେ

ପାରୁନି ସେମାନଙ୍କୁ ମୁକ୍ତି ଦେଇ

କି ମୁଁ ନିଜକୁ ନିଜେ ତୁମଠାରୁ

ମୁକୁଳିପାରୁନି ଏତେ ସହଜରେ ।

ଭୁଲିବାର ଥିଲା ଯଦି

ଆପଣାର କରୁଥିଲ କାହିଁ

କୁହୁଡିଆ ସପନ ଦେଖାଇ

ଫୁଲ ଜହ୍ନ ତାରାଙ୍କ ସହ ଲୁଚକାଳି ଖେଳାଇ

ହଜିଗଲ ଯେ କାହିଁ

କେଉଁ ଅଜଣା ରାଇଜେ

ଦେଖିବ ଥରେ ଆସ

କେମିତି ମୁଁ

ତୋଳିଛି ତୁମ ସ୍ମୃତିରେ

ତାଜମହଲଟିଏ ମୋ ହୃଦୟରେ ।

ମୋ - ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍