STORYMIRROR

sasmita sahoo

Others

2  

sasmita sahoo

Others

ସ୍ମୃତି ଏକ ରୁପା ଜହ୍ନ

ସ୍ମୃତି ଏକ ରୁପା ଜହ୍ନ

1 min
427



କେବେ ଖୁସି ତ କେବେ ଦହନ

କେବେ ସତ ତ କେବେ ସପନ II

କେବେ ଶାନ୍ତି ଭରି ଦିଏ ମନେ

କେବେ ଦୋହଲIଇ ଦିଏ ମନକୁ II

କେବେ ପ୍ରତିଶୃତି ମନେ ପକାଏ

କେବେ ପ୍ରତିଶୋଧ ନିଆଁ ଜଳାଏ II

କେବେ ଉତ୍ସାହ ପୁଣି ବଢାଏ

କେବେ କଲବଲ କରି ବଂଚାଏ II

କେବେ ପାଇବାର ଖୁସି

କେବେ ହରାଇବାର ଦୁଃଖ II

କେବେ ଭରସାରେ ପ୍ରଲେପ

କେବେ ଆଶ୍ୱସନାର ମହକ II

କେବେ ଶତ୍ରୁ ସାଜି ଠିଆ ହୁଏ

କେବେ ମିତ୍ର ସାଜି ସାଥେ ରୁହେ II

କେବେ ଅବୁଝା ପିଲା ହୋଇ ଜିଦ କରେ

କେବେ ପରିପକ୍ଵ ବୃଦ୍ଧI ଟିଏ II

କେବେ ବଦନାମ ତ କେବେ ସଂସ୍କାର

କେବେ ପୁରସ୍କାର କେବେ ତିରସ୍କାର II

କେବେ ପୁରୁଣା ପରମ୍ପରାକୁ ବାରଣ

କେଉଁଠି ନୂଆ ରୀତି ଖଣ୍ଡନ II

କେତେବେଳେ ସାତ ତାଳ ପାଣି

ପାଣିରେ ପଙ୍କ ପଙ୍କରେ ଫରୁଆ

କେବେ ଆକାଶ କଇଁଆ II

କେବେ ପାଉଁଶ ତଳର ନିଆଁ

କେବେ ଆକାଶର ଉଡା ଧୂଆଁ II

କେବେ ଜଳର ଶୀତଳତା

କେବେ ସୂର୍ଯ୍ୟର ଉଷ୍ଣତା II

କେବେ ବର୍ଷାର କାଦୁଅ ଛିଟା

କେବେ ଫଗୁଣର ଫଗୁ

କେବେ ପରଶର ପ୍ରୀତି ରଙ୍ଗ II

କେବେ ବିଶ୍ୱାସ କେବେ ନିଶ୍ୱାସ

କେବେ ଅଜଣା ଅଦେଖା ସାହସ II

କେବେ ଅଙ୍କI ବଙ୍କI ନଇ

କେବେ ପେIଖରୀର କଇଁ II

କେବେ ସବୁଜ କ୍ଷେତ୍ର ସବୁଜିମା

କେବେ ଲଣ୍ଡା ପାହାଡର ଅନୁପମା II

କେବେ ବର୍ଷା ଦିନର ଡଙ୍ଗାଟିଏ

କେବେ ଭିଜା ଦେହ ପୁଣି କଥା କୁହେ II

କେବେ ଅସମାହିତ ପ୍ରଶ୍ନ ଟିଏ

କେବେ ଅସମ୍ଭାଵ୍ୟ ଉତ୍ତର II

କେବେ ଅମାବାସ୍ୟାର ଅନ୍ଧାର

କେବେ ପୂର୍ଣିମାର ଜୁଆର II

କେବେ ସୋପାନ କେବେ ସହନ

କେବେ କମ୍ପନ କେବେ ଉଚ୍ଛନ୍ନ II

ସରି ଯାଏ ଦିନ ରହି ଯାଏ ଚିହ୍ନ

ଭାଙ୍ଗି ଦେଇ ଯାଏ ସୁନ୍ଦର ମନ II

ସ୍ମୃତି ଏକ ରୁପା ଜହ୍ନ …..


(ସସ୍ମିତା ସାହୁ ,ନାଶିକ ମହାରାଷ୍ଟ୍ର

ମୋ -୯୪୦୩୦୪୪୬୭୯)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍