STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସ୍ମୃତି ଏକ ବାଲିଯାତ୍ରା

ସ୍ମୃତି ଏକ ବାଲିଯାତ୍ରା

1 min
7.1K


ବାଲିଯାତ୍ରା ନାମ କହିବାକୁ ସିନା

ବିଦେଶ ବଣିଜ ସ୍ମୃତି

ଉଠୁଛିକି ଆଉ ଓଡ଼ିଆ ର ପୁଅ

ଉଠୁ ନାହିଁ ଆଉ ଗତି


ବୁଝେ ନାହିଁ ସିଏ ବିପଣୀ ମେଳାରେ

କେତେ ଲାଭ କେତେ କ୍ଷତି

ବିଦେଶୀ ଦରବ ବଢିଲେ ଆଦର

କିଏ ହୁଏ ପୁଞ୍ଜିପତୀ


ଏ ବାଲି ଯାତରା ସ୍ମୃତି ସ୍ତମ୍ଭ ଆମ

ଅତୀତ ଗରବ କିର୍ତ୍ତି

ରଖୁଛୁକି ଦମ୍ଭ କରିବାକୁ ଗର୍ବ

ବଢିବାକୁ ଏହି ଜାତି


ଏ ମାଟି ଶିଳ୍ପୀର ଉତ୍ପାଦ ସବୁର

କେତେ ହେଉଥିଲା କ୍ରୟ

ଯନ୍ତର ମାନବ ଧ୍ଵଂସ କରିଦେଲା

କରିଲାନି ଆଉ ଥୟ


ରହିଯାଅ କ୍ଷଣେ ଓଡିଆର ପୁଅ

ବଦଳାଅ ଗତି ସୁଅ

ନିଜ ଉତ୍ପାଦରେ ସାମର୍ଥ୍ୟ ନପାଇ

କିପରି ସନ୍ତୁଷ୍ଟ ହୁଅ


ବିପଣୀ ମେଳାରେ ବିକ୍ରି ହେଲେ ସିନା

ନିଜର ମହତ୍ତ୍ୱ ରହେ

ଅନ୍ୟ ଜିନିଷର ଚାହିଦା ବଢିଲେ

କେଉଁ ଗୁଣ ଅବା ଗାଏ


ଯାହା ବି ରହିଛି ଯେତିକି ରହିଛି

ଆମ ପାଖେ ଆମ କଳା

ଉତ୍କର୍ଷ ବଢିଲେ ଆକୃଷ୍ଟ ହୋଇବେ

ଦେଶ ବିଦେଶର ବାଳା


ନାହିଁ ସେ ବୋଇତ ନାହିଁ ସେ ବଣିଜ

କରିବାକୁ ବ୍ୟବସାୟ

ଅଛି କିନ୍ତୁ ବୁଦ୍ଧି ସାମର୍ଥ୍ୟ ସାହସ

ଆଣିବାକୁ ଧନ ସୁଅ


ସବୁଥାଇ ଯଦି ଉଦ୍ୟମୀ ନହେବା

ଉତ୍କଳର କେଉଁ ଗର୍ବ

ବାଲି ଯାତରାରେ ବାଲି ପିଇ ପିଇ

ପାଳୁଥିବା ଖାଲି ପର୍ବ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍