STORYMIRROR

Dipti lekha Mishra

Others

3  

Dipti lekha Mishra

Others

ସ୍ମୃତି ଆମ ମେଘ ବରଷିବା

ସ୍ମୃତି ଆମ ମେଘ ବରଷିବା

1 min
129

    

ହୄଦୟରେ ଲେଖା ହୋଈ ରହିଗଲା

ସେ ଦିନର ମେଘଖଣ୍ଡ ଗୂଡିକ

ଯେମିତି ନୀଳ ନଭେ ଈତସ୍ତତଃ

ପଳାୟନ କରୁଥିଲେ ମେଘମାଳ

ଆଉ ଆମେ ଭିଜୁଥିଲେ ସେଇ

ବରଷାର ଭିଜାମାଟିର ବାସ୍ନାରେ ।

ସେଦିନ ତମେ ଆଉ ମୁଁ ହିଁ ଥିଲେ

ଦୁହେଁ ଦୁହିଁଙ୍କୁ ସମର୍ପି ଯାଇଥିଲେ

ମେଘମାଳ ବି ସୁନ୍ଦର ଲାଗୁଥିଲା

ଆଉ ବରଷାରେ ଭିଜିବା ବି ।

ହେଲେ ଆଜି ତମେ ଆଉ ତମ 

ଛୋଟ ଛୋଟ ମନର ପ୍ରଶ୍ନଗୁଡିକ

ତୁମ ସନ୍ଦେହ ଖାଲି ମାଳ ମାଳ

ନା ମୁଁ ଭିଜିପାରୁଛି ନା ତୁମକୁ

ଭିଜାଈ ପାରୁଛି ଆଗଭଳି ?

ମୁଁ ମୋ ନିଜକୁ କେଉଁ ମୁହୁର୍ତ୍ତେ

ଲୁହରେ ଭିଜାଈପାରୁଛି ତୁମ

ସ୍ମୃତିକୁ ସାଉଁଟି ନିଜ କୋଳେ

ଠିକ୍ ସେତିକିବେଳେ ମୋ ପଣତକାନି

ଖୁବ୍ ନିଆରା ରୁପ ନେଉଛି 

ସତେ ଯେମିତି ସେ ଏକା ଆଜି

ଏତେ ବଡ ଦୁନିଆରେ

ମୋର ଏକ ମାତ୍ର ସାହାରା ।



Rate this content
Log in