STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସ୍ମୃତି-୪

ସ୍ମୃତି-୪

1 min
117


ଶୁଭରେ ନୁହେଁ କି ଲାଭରେ ବି ନୁହେଁ

ଧରିଛି ହୀନ କପାଳ

ହୃଦୟ କୋଣରେ ଭରପୂର ଦୁଃଖ 

ଉଭା ହୋଇଅଛି କାଳ।


କାଳର ଇଛାକୁ ରୋକି କି ପାରିବି

ସ୍ମୃତିଟେ ରଖିବା ପାଇଁ

ନିତି ମାରିମାରି ବଞ୍ଚାଉଛ କିଆଁ

କି ଭାବେ ରଖିଛ ସାଇଁ ?


ଜଗତର ତୁମେ ନିକିତି ଧରିଛି

ସେ ପାଇଁ କୋଟି ପ୍ରଣାମ

ସତ୍ଯ ଶାନ୍ତି ଆଉ ଦୁଃଖ ଶୋକ ସହ

ସଂସାରେ ହୋଇଛି ଭ୍ରମ।


ମୋହ ଆଉ ମୋୟା ପାଲରେ ପଡି଼କି

ନୀଚ୍ଚତା ହୃଦୟେ ଥୋଇ

ରୋଗକୁ ଧାରଣ କରିଅଛି ଆଜି

ଲୁହକୁ ବୁହାଇ ଦେଇ।


ଆହେ ଭଗବାନ ଜୟ ହେଉ ତୁମ

ଲକ୍ଷ୍ଯ ଓ ଉଦ୍ଦେଶ୍ଯ ସବୁ

ନିଜ କର୍ମ ଫଳ ଭୋଗିବି ନିଶ୍ଚୟ

ଦୋଷ ଦେଉ ନାହିଁ ବିଭୁ।


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍