ସ୍ମୃତି (୩୦)#ଅବୁଝା ମନର ପ୍ରୀତି#
ସ୍ମୃତି (୩୦)#ଅବୁଝା ମନର ପ୍ରୀତି#
1 min
200
ସବୁ ପାଇ କିଛି ନପାଇବାର ଅଭିମାନ
ନିଜ ପ୍ରତି ନିଜର ଅପମାନ ,
ସେଥିପାଇଁ ତ ହାର ଜିତର ବାହାରେ
ସତେକି ସଭିଏଁ ବେଇମାନ ,
କିଏ କହିଲା କହିଲ ପ୍ରେମର ରଙ୍ଗ
ଆଉଟା ସୁନାର ରଙ୍ଗ ପରି ,
ପ୍ରେମ ସୃଷ୍ଟି ଆଉ ସ୍ଥିତି ମଧ୍ୟରେ
ସବୁ ଦିନେ ବିରାଜିତ ହୁଏ ଉଷ୍ଣତା ଧରି ,
ସେ ଶୂନ୍ୟ ସେ ପୂର୍ଣ୍ଣ ସେ ସର୍ବମୟ
ସ୍ମୃତିଭରା ମଧୁ ମଳୟ ,
ତଥାପି ନିଷ୍ପ୍ରାଣ କ୍ଷୁଦ୍ର ଜଳକଣା ପରିକା
ତିଳେ ହେଲେ ନାହିଁ ତା ଆତ୍ମ ପ୍ରତ୍ୟୟ
ସେ ସେଇ ଅବୁଝା ମୂହୁର୍ତ୍ତରେ
ପ୍ରତିଟି କାହାଣୀର ଜନ୍ମ ଜନ୍ମାନ୍ତରର ମୂକସାକ୍ଷୀ
ସ୍ମୃତି ହୋଇ ରହିଛି ରହିଥିବ
ନିରବି ନ ଯିବା ଯାଏ ଏ ଆଖି ।