ସ୍ମୃତି-୨
ସ୍ମୃତି-୨
ବିବାହର ପରେ ରୋଗରେ ପଡି଼ଲି
ସଂଗ୍ରାମ ମରଣ ସହ
ଖାଇବା ପିଇବା ଝାଡା଼ ଓ ପରିଶ୍ରା
ବିଛଣାରେ ଅହରହ।
କଟକର ବଡ଼ ଡାକ୍ତର ଖାନାରେ
ଏକ ମାସ ରହିଗଲି
ଶ୍ବଶୂର ଘର ଓ ବିଦ୍ଯାଳୟ ଠାରେ
ମାସେମାସେ କଟେଇଲି।
ଭଲ ଆଜି ହୋଇ ଯାଇଛି ଟି.ବି ଓ
ଅର୍ଶ ରୋଗରୁ ବି ମୁକ୍ତି
ଡାଏବେଟିସଟି ହନ୍ତସନ୍ତ କରି
ମାରୁଛି ଦେଖୁନ ନିତି।
ଚାଲିବା ବୁଲିବା ଭଲରେ ଖାଇବ
ମୋଟେ କି ହୋଇ ପାରୁଛି
ମରି ବଞ୍ଚିବାରୁ କର୍ମ ହିଁ ସର୍ବଦା
ଭବିଷ୍ଯ ଆଖି ଠାରୁଛି।
ଜଗତରେ କେହି ମୋ'ପରି ନ ହୁଅ
ଡାକୁଛି ଈଷ୍ଟଙ୍କୁ ମୁହିଁ
ପରିବାର ମଧ୍ଯେ ସନ୍ତୋଷରେ ଦିନ
କାଟନ୍ତୁ ଭବିଷ୍ଯ ଚାହିଁ।
ମୋର ସ୍ମୃତି କିଛି କହିଲି ଖୋଲିକି
ପଢି଼ ରାଗିବନି କେହି
ଆହା ପଦଟିଏ ନ ଦିଅନ୍ତୁ ପଛେ
ନୀଚ୍ଚ ଭାବିବନି ଭାଇ।
