STORYMIRROR

SUKANTA KHANDA

Others

3  

SUKANTA KHANDA

Others

ସ୍ମୃତି-୧

ସ୍ମୃତି-୧

1 min
184

ଜନମ ଦିନରୁ ଆଜିଯାଏ ମୋର 

ଅନେକ ସ୍ମୃତି ରହିଛି

ସବୁକୁ ଆଜି ହିଁ ଆପଣଙ୍କ ଆଗେ

ବଖାଣି ଦେବି ଭାବୁଛି।୧


ଚାଷୀଙ୍କ କୁଳରେ ଜନମ ମୋହର

ରତ୍ନାକର ଖଣ୍ଡା ବାପା

ନିଳାସ ଖଣ୍ଡା ମୋ ମାଆଙ୍କର ନାମ

ପାଞ୍ଚ ଜଣ ନିଜ ଅପା।୨


ଆମେ ଦୁଇଭାଇ ଭଉଣୀ ବି ଦୁଇ

ସର୍ବା ସାନ ହୋଇ ଫୁଟେ

ଦୁଇ ଭଉଣୀ ରୁକ୍ମଣୀ ଶକୁନ୍ତଳା

ଭାଇ ମୋ ସୁବାସ ଅଟେ।୩


ସଭିଙ୍କର ଆଜି ବିବାହ ସରିଛି

ବ୍ୟସ୍ତ ବି ନିଜର କର୍ମେ

ମୋର ପତ୍ନୀଙ୍କର ନାମ କାନ୍ତିରାଣୀ

ପୁଅଟି ଦିନେଶ ଧାମେ।୪


ଶିକ୍ଷକତା ମୋର ବୃତ୍ତି ଓ ନିଶାଟା

ଗଳ୍ପ ଓ କବିତା ଲେଖା

ସ୍ମୃତି ସବୁ ମୋର ମନରେ ପଡୁଛି

ପଢି଼ବ ଯେତେକ ସଖା।୫


ଜଗତର ଯେତେ ଭାଇ ଓ ଭଉଣୀ

ମୋର ଏଇ ଜୀବନୀକୁ

ଲାଇକ୍ କମେଣ୍ଟ ନିଶ୍ଚୟ ଦିଅନ୍ତୁ

ଯୋଡୁଛି ଦୁଇ ହସ୍ତକୁ।୬

     ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍